ଗଣିଆ (ମଣିଭଦ୍ରା ଖବର) ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ନାଳନ୍ଦା ଏଜୁକେସନ ହବ୍ ର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ମୋ ଭାରତ ଜାତିୟ ସେବା ଯୋଜନା ର ଯୁବ ସ୍ୱଚ୍ଛାସେବୀ ବାପୁନୁ ବେହେରା ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ର ମୁଖ୍ୟଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ କାଳନ୍ଦୀ ଚରଣ ସାହୁ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ,ମହେନ୍ଦ୍ର ବାରୀକି ଏବଂ ପୂର୍ବତନ ଜାତୀୟ ସ୍ୱଚ୍ଛାସେବୀ ପ୍ରକାଶ ପରିଡ଼ାଙ୍କ ସହିତ ନାଳନ୍ଦା ଏଜୁକେସନ ହବର ମୁଖ୍ୟ ଅମରେଶ ସାହୁ, ଶିକ୍ଷୟତ୍ରୀ ଜୀନ୍ମୟୀ ପ୍ରତିହାରୀ ଓ ଅରୁନ୍ଧତୀ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିଥି ମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ । ନାଳନ୍ଦା ଏଜୁକେସନ ହବର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ ରେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



إرسال تعليق