ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଡୁକୁମ୍ ରୋଡ୍ ସାହିରେ ଦିର୍ଘ ଦିନର ପାଣି ସମସ୍ୟାକୁ ନେଇ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ। ପିଇବା ପାଣିର ଅଭାବ ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ହାଣ୍ଡି ଓ ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ ଜାରି ରହିଥିଲା। ଖରା ଦିନରେ ଘରୋଇ ବ୍ୟବହାର ଓ ପିଇବା ପାଣି ପାଇଁ ଲୋକମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବାରୁ ଶେଷରେ ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ Rural Water Supply and Sanitation ବିଭାଗର ଜୁନିୟର ଇଞ୍ଜିନିୟର ଅର୍ଥାତ୍ ଜେଇ ମ୍ୟାଡାମ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେ ଆଶ୍ୱାସନ ଦେଇଛନ୍ତି।
ଏପଟେ ବିଷମକଟକ ଅଞ୍ଚଳରେ ପାଣି ସମସ୍ୟା ଦିନକୁ ଦିନ ଜଟିଳ ରୂପ ନେଉଥିବା ବେଳେ, NAC ଗଠନ ହେବା ପରେ ମଧ୍ୟ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ସ୍ଥାୟୀ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق