BREAKING
Loading...
:

କୃତୀ ଛାତ୍ର ଛାତ୍ରିଙ୍କୁ ଟ୍ରେଟା ହେଡେନ ପକ୍ଷରୁ ସମ୍ବର୍ଦ୍ଧନା ପାସ୍ ହାର ଓ ଶତ ପ୍ରତିଶତ

 କୃତୀ ଛାତ୍ର ଛାତ୍ରିଙ୍କୁ ଟ୍ରେଟା ହେଡେନ ପକ୍ଷରୁ ସମ୍ବର୍ଦ୍ଧନା ପାସ୍ ହାର ଓ ଶତ ପ୍ରତିଶତ : 

କଟକ (ମଣିଭଦ୍ରା ଖବର) ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ, କଳା, ବାଣିଜ୍ୟ ପରିକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଘରୋଇ ବିଜ୍ଞାନ ଶିକ୍ଷାନୁଷ୍ଠାନ ଟେଟ୍ରୋ ହେଡନ ଗ୍ରୁପ ଅଫ୍ ଇନ୍ ଷ୍ଟିଚୁଟର ଶତ ପ୍ରତିଶତ ସଫଳତା ହାସଲ କରିଛି । ସମୁଦାୟ ୧୧୬୯ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୧୪୪ଜଣ ପରିକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ୯୮ % ରୁ ଉର୍ଦ୍ଧ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ବରାଳ ସମୁଦାୟ ୫୯୪ ନମ୍ବର ରଖି ଟ୍ରେଟା ହେଡନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟପର ହୋଇଥିବା ବେଳେ ଶୁଭଶ୍ରୀ ଦାସ ୫୯୩ ନମ୍ବର ରଖି ୨ୟ ସ୍ଥାନ ଓ କୁମ୍ କୁମ୍ ପତି, ସାଇ ସୁରୁପା ତ୍ରିପାଠୀ, ପ୍ରଜ୍ଞା ପ୍ରଧାନ ସମାନ ୫୯୨ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଟ୍ରେଟା ହେଡନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କମଲ କିରନ୍ ବାରିକ ନିର୍ମଳ ପ୍ରଭାତ ଜେନା ଓ ରାଜେଶ କୁମାର ସାହୁ ୫୮୮ ନମ୍ବର ରଖି ଟପର ହୋଇଛନ୍ତି ।  ଭବିଷ୍ୟତରେ ଡାକ୍ତର ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । 




ସେହିପରି ଅନୁଷ୍ଠାନର ୯୫ଜଣ ଛାତ୍ରଛାତ୍ରୀ ୯୫ % ,୪୧୨ ଜଣ ୮୮%,୫୫୮ ଜଣ ୮୫ % , ୭୭୧ ଜଣ ୮୦%,୯୪୮ ଜଣ ୭୫% ଓ ୧୦୬୬ ଜଣ ୭0%,୧୧୪୪ଜଣ ୬୦% ନମ୍ବର ରଖି ପାସ୍ କରିଛନ୍ତି ।  ଏହି ଉପଲକ୍ଷେ କଲେଜ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କୃତି ବିଦ୍ୟାର୍ଥୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ରେଜଲ୍ଡ କୁ ନେଇ ପ୍ରତିଷ୍ଠାତ ଖୁସି ବ୍ୟକ୍ତ କରିଥିବା ବେଳେ ଏହାର ଶ୍ରେୟ ରାଜ୍ୟ ସରକାର ଦେଇଛନ୍ତି । 

ମଣିଭଦ୍ରା ଖବର ,କଟକ

Post a Comment

أحدث أقدم
Header ADS