BREAKING
Loading...
:

ନୟାଗଡ ଜିଲ୍ଲା ଓଷ୍ଟାର ନୂତନ ନିର୍ବାଚିତ କର୍ମକର୍ତ୍ତା ଓ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ।

 



ନୟାଗଡ ଜିଲ୍ଲା ଓଷ୍ଟାର ନୂତନ ନିର୍ବାଚିତ କର୍ମକର୍ତ୍ତା ଓ 

ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ।

ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଷ୍ଟାର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାର ମାଧ୍ୟମିକ ଶିକ୍ଷକ ସଂଗଠନର ସମସ୍ତ ପଞ୍ଜିକୃତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯଥା ୨୧୮ ଜଣ ଉପତ୍ସ୍ଥିତ ରହି ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଗ୍ରହଣ କରିଥିଲେ। ଦୁଇଟି ପ୍ୟାନେଲ ମଧ୍ୟରେ ନିର୍ବାଚନ ଲଢ଼େଇ ହୋଇଥିଲା ଫଳରେ ଗୋଟିଏ ପ୍ୟାନେଲର ୧୩ ଜଣ ପ୍ରାର୍ଥୀ ବିପୁଳ ସମର୍ଥନରେ ଵିଜୟୀ ଲାଭ କରିଥିଲା ।ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ଭାବରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ହେଲେ ସଭାପତି ଶ୍ରୀ ନିତ୍ୟାନନ୍ଦ ଦାସ(୧୩୪ ଖଣ୍ଡ ଭୋଟ),କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାକର ମିଶ୍ର(୧୩୦ଖଣ୍ଡ ଭୋଟ),ଉପ ସଭାପତି ଶ୍ରୀ ଶିବ ରାଉତ (୯୯ଖଣ୍ଡ ଭୋଟ) ,ଉପ ସଭାପତି ଶ୍ରୀ ନିରାକାର ସ୍ୱାଇଁ(୮୮ ଖଣ୍ଡ ଭୋଟ), ଉପ ସଭାପତି ଶ୍ରୀମତୀ ହରପ୍ରିୟା ଗୁମାନସିଂହ(୧୪୧ ଖଣ୍ଡ ଭୋଟ), ସମ୍ପାଦକ -ଶ୍ରୀ ଦିବାକର ପାଇକରାୟ(୧୨୦ ଖଣ୍ଡ ଭୋଟ),ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରତାପ କୁମାର ପରିଡ଼ା (୧୨୦ ଖଣ୍ଡ ଭୋଟ), ଯୁଗ୍ମ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର(୮୯ ଖଣ୍ଡ ଭୋଟ), ଶ୍ରୀମତୀ ସବିତା କୁମାରୀ ସାହୁ(୧୩୧ଖଣ୍ଡ ଭୋଟ)ପ୍ରମୁଖ ନିର୍ବାଚିତ ହୋଇଛନ୍ତି।ଏହା ସହିତ କମିଟିର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ, କାର୍ଯ୍ୟକାରୀ ସଦସ୍ୟ ଭାବରେ ଶ୍ରୀ ଶେଖ ରଫିକ ଉଦ୍ଦିନ(୧୫୮ଖଣ୍ଡ ଭୋଟ), ଶ୍ରୀ ବିରଞ୍ଚିନାରାୟଣ ବେହେରା(୧୨୬ ଖଣ୍ଡ ଭୋଟ), ଶ୍ରୀ ବିଭୂତି ଭୂଷଣ ରଣସିଂହ(୧୨୫ ଖଣ୍ଡ ଭୋଟ) ଏବଂ ଶ୍ରୀ ଭଗବାନ ଚୌଧୁରୀ (୧୧୨ ଖଣ୍ଡ ଭୋଟ) ପାଇ ନିର୍ବାଚିତ ହୋଇଛନ୍ତି । ରାଜ୍ଯ ଓଷ୍ଟା ସଂଘର ସଭାପତି ଓ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ରହି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇଥିଲେ। ବିଶେଷ ସୂଚନା ଉପ ସଭାପତି ହୃଷୀକେଶ ବାରିକ ଏବଂ ଉପ ସଭାପତି ଶ୍ରୀ ନିରାକାର ସ୍ୱାଇଁ ଙ୍କ ଭୋଟ ସଂଖ୍ୟା ୮୮ ଖଣ୍ଡ ଅର୍ଥାତ୍ ସମାନ ରହିଥିବାରୁ ଧର୍ମ ଗୁଳା ଦ୍ୱାରା ଉପ ସଭାପତି ଶ୍ରୀ ନିରାକାର ସ୍ୱାଇଁ ବିଜୟୀ ହୋଇଥିଲେ।


ଆଜି ତା ୨୧/୦୫/୨୬ରିଖ ଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ଓଷ୍ଟାର ନବ ନିର୍ବାଚିତ କର୍ମକର୍ତ୍ତା ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକରି ଜିଲ୍ଲାର ବିଭିନ୍ନ ଶିକ୍ଷା ସମସ୍ୟା ଉପରେ ଆଲୋକପାତ କରିଥିଲେ।ଜିଲ୍ଲାରେ ଶିକ୍ଷାର  ସାମଗ୍ରିକ ବିକାଶ ପାଇଁ ମିଳିତ ପ୍ରୟାସ ଅବଶ୍ୟକ ବୋଲି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ମତବ୍ୟକ୍ତ କରିଥିଲେ ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS