BREAKING
Loading...
:

ବାପୁନ ବେହେରା ପାଇଲେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ପୁରସ୍କାର

 ବାପୁନ ବେହେରା ପାଇଲେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ପୁରସ୍କାର 


ଗଣିଆ ୨୧/୦୫(ମଣିଭଦ୍ରା ଖବର) ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଅବସରରେ ଜୟଦେବ ଭବନ ଠାରେ ଆୟୋଜିତ ସମାରୋହରେ ଗଣିଆ ବ୍ଲକ ଆଡକଟା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଛାତ୍ର ବାପୁନୁ ବେହେରାଙ୍କୁ ରାଜ୍ୟ ସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଛି ।




 ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨ ଜଣ ଯୋଗ୍ୟ ବିବେଚିତ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ନୟାଗଡ ଜିଲ୍ଲାର ୩ ଜଣ ତଥା ଗଣିଆ ବ୍ଲକର ଜଣେ ଥିବା ସୂଚନା ମିଳିଛି । ବାପୁନୁ ଜଣେ ସ୍ବେଚ୍ଛାସେବୀ ଭାବେ ବେଶ୍ ଜଣାଶୁଣା ଚେହେରା । ଆଗକୁ ଜଣେ ସମାଜସେବୀ ହିସାବରେ ସେ ଅଞ୍ଚଳରେ ଲୋକଙ୍କ ସେବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ସହିତ ଏନ୍ ଏସ୍ ଏସର ପ୍ରୋଗ୍ରାମ ଅଧିକାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଗଣିଆ ସମ୍ବାଦ ସାହିତ୍ୟ ଘରର ଜଣେ ସଦସ୍ୟ ହୋଇଥିବାରୁ ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଗିରିଶ କୁମାର ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS