BREAKING
Loading...
:

କୁମ୍ଭାରପଡା କଲେଜରେ ଶତ ପ୍ରତିଶତ ରେଜଲ୍ଟ

 କୁମ୍ଭାରପଡା କଲେଜରେ ଶତ ପ୍ରତିଶତ ରେଜଲ୍ଟ 



ନୟାଗଡ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଶ୍ରୀ ଶ୍ରୀ ଲଡୁକେଶ୍ବର ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ରେଜଲ୍ଟରେ ଶତ ପ୍ରତିଶତ ସଫଳତା ଲାଭ କରିଥିବା ଜଣାପଡିଛି । ଉକ୍ତ ବିଦ୍ୟାଳୟରେ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୫ ଜଣ, ଦ୍ବିତୀୟ ଶ୍ରେଣୀରେ ୪୦ ଜଣ, ତୃତୀୟ ଶ୍ରେଣୀରେ ୨୩ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଭିଷେକ ନାୟକ ୪୪୨ ମାର୍କ,ପୂଜା ନାୟକ ୪୧୮ ମାର୍କ,ପୂଜା ପଣ୍ଡା ୪୧୩ ମାର୍କ ରଖିଛନ୍ତି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା କୃତଜ୍ଞତା ଜ୍ଞାପନ କରିଛନ୍ତି । ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ଏହି ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS