BREAKING
Loading...
:

ନାହାନ୍ତି ସ୍ଥାୟୀ ବିଇଓ,ଦୁଇ ଏବିଇଓଙ୍କ ବଦଳି,ଗଣିଆରେ କେମିତି ଚାଲିବ ଶିକ୍ଷା ବିଭାଗ ?

 ନାହାନ୍ତି ସ୍ଥାୟୀ ବିଇଓ,ଦୁଇ ଏବିଇଓଙ୍କ ବଦଳି,ଗଣିଆରେ କେମିତି ଚାଲିବ ଶିକ୍ଷା ବିଭାଗ ?



ଗଣିଆ (ମଣିଭଦ୍ରା ଖବର) ଡାଇରେକ୍ଟର ଅଫ୍ ଏଲିମେଣ୍ଟାରି ଏଜୁକେସନ ଚିଠି ନଂ ୯୭୦୪ ଆଧାରରେ ରାଜ୍ୟର ବିଭିନ୍ନ ବ୍ଳକ ଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ୫୬ ଜଣ ଏବିଇଓଙ୍କର ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି । ଗତକାଲି ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଣିଆ ବ୍ଳକରେ କାର୍ଯ୍ୟରତ ଏବିଇଓ ନିରୂପମା ମହାପାତ୍ରଙ୍କର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକକୁ ବଦଳି ହୋଇଥିବା ବେଳେ ଏବିଇଓ ରବିନ୍ଦ କୁମାର ବେହେରାଙ୍କର ଦଶପଲ୍ଲା ବ୍ଲକକୁ ବଦଳି ହୋଇଛି । ଗଣିଆ ଶିକ୍ଷା ବିଭାଗରୁ ଦୁଇ ଜଣ ଏବିଇଓଙ୍କର ବଦଳି କରାଯାଇଥିବା ବେଳେ ଜଣେ ବି କାହାକୁ ଗଣିଆକୁ ଦିଆଯାଇନାହିଁ । ଗଣିଆରେ ଦୀର୍ଘ ଦିନ ହେବ ବିଇଓ ନଥିବାରୁ ଭାରପ୍ରାପ୍ତ ବିଇଓରେ ବିଭାଗ ଚାଲିଥିବା ବେଳେ ଏବେ ଦୁଇ ଜଣ ଏବିଇଓଙ୍କର ବଦଳି ସମସ୍ୟାକୁ ଦ୍ୱିଗୁଣିତ କରିଛି । ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ନଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭିନ୍ନ କାର୍ଯ୍ୟ ତୁଲାଉଥିଲେ । ବର୍ତ୍ତମାନ ଜଣେ ମାତ୍ର ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା କିଭଳି ବିଭାଗୀୟ କାର୍ଯ୍ୟ ତୁଲାଇବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଣେ ସ୍ଥାୟୀ ଶିକ୍ଷା ଅଧିକାରୀ ନିଯୁକ୍ତି କରିବା ସହିତ ବଦଳି ହୋଇଥିବା ଏବିଇଓଙ୍କର ବଦଳରେ ଆଉ ଦୁଇ ଜଣ ଏବିଇଓ ନିଯୁକ୍ତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS