BREAKING
Loading...
:

କିଶୋର ପ୍ରସାଦ ପ୍ରିମିୟର ଲିଗ୍ ,ଡିଫେଣ୍ଡିଙ୍ଗ ଓ୍ବାରିୟର ବିଜୟୀ

 କିଶୋର ପ୍ରସାଦ ପ୍ରିମିୟର ଲିଗ୍ ,ଡିଫେଣ୍ଡିଙ୍ଗ ଓ୍ବାରିୟର ବିଜୟୀ 


ଗଣିଆ ୧୭/୦୫(ସମିସ) ଗଣିଆ ବ୍ଲକ କିଶୋର ପ୍ରସାଦ ଠାରେ ମହାନଦୀ ପବ୍ଲିକ ସ୍କୁଲ ପ୍ରାୟୋଜିତ କିଶୋର ପ୍ରସାଦ ପ୍ରିମିୟର ଲିଗର ଏକ ମ୍ୟାଚରେ ଆଜି ପରସ୍ପରକୁ ଭେଟିଥିଲେ ଡିଫେଣ୍ଡିଙ୍ଗ ଓ୍ବାରିୟର ବନାମ  ଫାୟାର -୧୧ । ପ୍ରଥମେ ବ୍ୟାଟିଂ କରି ଡିଫେଣ୍ଡିଙ୍ଗ ଓ୍ବାରିୟର ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ଫାୟାର -୧୧ ଦଳ ୧୦ ଓଭରରେ ୧୦୮ ରନ୍ କରି ମ୍ୟାଚ୍ ହାରି ଯାଇଥିବା ବେଳେ ଡିଫେଣ୍ଡିଙ୍ଗ ଓ୍ବାରିୟର ବିଜୟ ଲାଭ କରିଥିଲା ।



 ଦଳର ସୁଶାନ୍ତ କୁମାର ସ୍ବାଇଁ  ଧୁଆଁ ଧାର ଅର୍ଦ୍ଧ ଶତକ ହାସଲ  କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ବଣ୍ଟନ କରାଯାଇଥିଲା ।  



ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ପ୍ରେସ କ୍ଳବର ସଭାପତି ଦେବୀ ପ୍ରସାଦ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଜ୍ଞାନି ପ୍ରକାଶ ସେନାପତି ଉପସ୍ଥିତ ଥିଲେ ।  ଆଜିର ମ୍ୟାଚ୍ ପରିଚାଳନା କରିଥିଲେ ଆଲୋକ କୁମାର ରାଉତ ଏବଂ ବଳରାମ ଗୋଛି । ଗ୍ରାମର ନବକିଶୋର ସେନାପତି,ଚନ୍ଦନ ରାଉତ, ବିଶ୍ବରଞ୍ଜନ ବେହେରା ଓ ସୁଶାନ୍ତ କୁମାର ସ୍ବାଇଁ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।


ମଣିଭଦ୍ରା ଖବର 

Post a Comment

أحدث أقدم
Header ADS