BREAKING
Loading...
:

ପାଇକପଡା, ବାବା ପାତେଳେଶ୍ଵର ମନ୍ଦିର ନିକଟସ୍ଥ ପୋଖରୀ ରେ ବୁଡି ଏକ ଅଜଣା ବ୍ୟକ୍ତି ର ମୂର୍ତ୍ୟ ହେବାର ଦେଖିବାକୁ ମିଳିଛି l

 ପାଇକପଡା, ବାବା ପାତେଳେଶ୍ଵର ମନ୍ଦିର ନିକଟସ୍ଥ ପୋଖରୀ ରେ ବୁଡି ଏକ ଅଜଣା ବ୍ୟକ୍ତି ର ମୂର୍ତ୍ୟ ହେବାର ଦେଖିବାକୁ ମିଳିଛି l 




 ରାୟଗଡା ଜିଲ୍ଲା କଲନରl ବ୍ଲକ ଅଧିନସ୍ଥ କେଲିଗୁଡା ଗ୍ରାମ ପଞ୍ଚାୟତ ର ପାଇକପଡା ନିକଟସ୍ଥ ଶ୍ରୀ ବାବା ପାତାଳେଶ୍ଵର ମନ୍ଦିର ପାଖରେ ରହୁଥିବା ପୋଖରୀ ରେ ବୁଡି ଏକ ଅଜଣା ବ୍ୟକ୍ତି ର ମୂର୍ତ୍ୟ ହେବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ   10ଘଂଟିକା  ସମୟରେ କିଛି ଯୁବକ ପୋଖରୀ କୁ ସ୍ନାନ କରିବାକୁ ଯାଇଥିଲେ ଓ ପାଣିରେ ଭାସୁଥିବା ସେହି ବ୍ୟକ୍ତି କୁ ଦେଖିଥିଲେ l ଏବଂ ସେହି ଯୁବକମାନେ ଏବଂ ସ୍ଥାନ୍ୟ କିଛି ଲୋକେ, ନିକଟସ୍ଥ ଥେରୁବାଲି ଫାଣ୍ଡି କୁ ଜଣାଇଥିଲେ l ତାର ପରବର୍ତୀ ସମୟରେ ଥେରୁବାଲି ଫାଣ୍ଡି ରେ କାର୍ଯ୍ୟରତ ଥିବା ଏ ଏସ ଆଇ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା, ଚାନ୍ଦିଲି ପୋଲିସ କୁ ସୂଚନା ଦେଇଥିଲେ l ଏବଂ ଚାନ୍ଦିଲି ଥାନା ରେ କାର୍ଯ୍ୟରତ ଥିବା ଆଇ ଆଇ ସି ଶ୍ରୀ ଯୁକ୍ତ ଉତ୍ତମ କୁମାର ସାହୁ ଏହି ଖବର ପାଇଲାପରେ ନିକଟସ୍ଥ ଅଗ୍ନିଶମ ଭିଭାଗ କୁ ସୂଚନା ଦେଇଥିଲେ l ତତ ସଙ୍ଗେ ସଙ୍ଗେ ଏହି ଘଟଣାର ଖବର ପାଇଲାପରେ ଶ୍ରୀ ଯୁକ୍ତ ଉତ୍ତମ କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ଚାନ୍ଦିଲି ଥାନା ର ଏସ ଆଇ ଶ୍ରୀଯୁକ୍ତ ଶିବ କୁମାର ସ୍ୱାଇଁ ଓ ଥେରୁବାଲି ଫାଣ୍ଡି ର ସମସ୍ତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ର ସମସ୍ତ ସାହାଯ୍ୟରେ ପୋଖରୀ ରେ ବୁଡି ମୂର୍ତ୍ୟ କରିଥିବା ବ୍ୟକ୍ତି କୁ ବାହାର କରିଥିଲେ l ଶେଷରେ ଶ୍ରୀଯୁକ୍ତ ଏସ ଆଇ ଶିବ ସ୍ୱାଇଁ ଉପସ୍ଥିତ ଥିବା ଜନ ସାଧାରଣ ଓ ନିକଟସ୍ଥ ପାଇକପଡା ଗ୍ରାମର କିଛି ବୁଦ୍ଧିଜୀବୀ ଙ୍କୁ ସେହି ପାଣି ରୁ ଉଦ୍ଧାର କରିଥିବା ବ୍ୟକ୍ତି ଙ୍କ ବିଷୟରେ ପଚାରି ବୁଝିଥିଲେ l କିନ୍ତୁ ସମସ୍ତଙ୍କ ପ୍ରତିକ୍ରିୟା ଆମେ ଏହି ଲୋକଙ୍କୁ ଜାଣିନୁ ଚିନ୍ହିନୁ ବୋଲି କହିଥିଲେ l ପୁଣି ଶେଷ ସମୟରେ ସେହି ଡେଡ ବୋଡି କୁ ରାୟଗଡା ସ୍ଥାନାନ୍ତର କରାଯାଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS