BREAKING
Loading...
:

କ୍ଷୁଦ୍ର କାବ୍ୟ ତଥା ପୁରାଣ " ନୃସିଂହାବତାରମ୍" ର ଶୁଭ ଉନ୍ମୋଚନ

 



ଆଜି ନୃସିଂହ ଚତୁର୍ଦ୍ଦଶୀର ପବିତ୍ର ଅବସରରେ ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ନୃସିଂହ ମନ୍ଦିର ପରିସରରେ କବି ଶ୍ରୀମାନ ରାଇରଞ୍ଜନ ନନ୍ଦଙ୍କ ନରସିଂହ ଚରିତ ରଚିତ ଏକ କ୍ଷୁଦ୍ର କାବ୍ୟ ତଥା ପୁରାଣ " ନୃସିଂହାବତାରମ୍" ର ଶୁଭ ଉନ୍ମୋଚନ ବୁଦ୍ଧିଜୀବୀଙ୍କ ଗହଣରେ ପ୍ରଭୁ ଶ୍ରୀ ନରସିଂହଙ୍କ ଆଶୀର୍ବାଦରେ ତାଙ୍କରି ପାଦପଦ୍ମରେ ସମର୍ପଣ ପୂର୍ବକ ଉନ୍ମୋଚନ ହେଲା । ପ୍ରକାଶକ ତଥା ଆଇନଜିବୀ ପ୍ରଣବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆକାଶ ବାଣୀ ପୂର୍ବତନ ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ , ବ୍ରହ୍ମପୁର ଷ୍ଟେସନ ମହା ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମା, କର୍ପୋରେଟର ସୁରେନ୍ଦ୍ର ମହାରଣା, ସୁନୀତା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁଦୀପ୍ ସାହୁ , ଶ୍ରଦ୍ଧା ଫାଉଣ୍ଡେସନ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ , ବିମଳ କୁଣ୍ଡୁ , ସୁଶ୍ରୀ ସ୍ଵାତୀରାଣୀ, ସୁଶ୍ରୀ ବିଦ୍ୟୁତପ୍ରଭା ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ପରିଚାଳନା କତୁର୍ପକ୍ଷଙ୍କ ସହଯୋଗରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟଟି ସୁଚାରୁ ରୂପେ ସମ୍ପାଦିତ ହୋଇ ପାରିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS