BREAKING
Loading...
:

ବେକରେ ଚୁନିଦେଇ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା

 ବେକରେ ଚୁନିଦେଇ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା 



ଲାଞ୍ଜିଗଡ, ଲାଞ୍ଜିଗଡ ବ୍ଲକ ବିଶ୍ୱନାଥ ପୁର ଥାନା ଅନ୍ତର୍ଗତ କାନକୁଟୁରୁ ପଞ୍ଚାୟତ ଅନ୍ତର୍ଗତ ମଟକେରା ଗ୍ରାମ ଖମନପଡାର ଯୁବକ ଭୀଷ୍ମ ବିଭାର(୨୪) ଘର ଭିତରେ ବେକରେ ଚୁନି ଲଗେଇ ଆତ୍ମହତ୍ୟା କରିଛନ୍ତି I ପୋଲିସ ସୂଚନାଅନୁସାରେ  ମଧ୍ୟାହ୍ନ ସମୟରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।ଭୀଷ୍ମ ରାଗିଯାଇ ଘର ଭିତରକୁ ଯାଇ କବାଟ ଭିତରପଟୁ ବନ୍ଦ କରି ଦେଇଥିବା ବେଳେ ତାର ସ୍ତ୍ରୀ ନିକଟସ୍ଥ ସମ୍ପର୍କୀୟ ଘରକୁ ଚାଲିଯାଇଥିଲା I କିଛି ସମୟ ପରେ ସ୍ତ୍ରୀ  ଘରକୁ ଫେରିବା ପରେ ଘର କବାଟ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ଭିତରପଟୁ ବନ୍ଦ ଥିଲା I କବାଟ ବାଡେଇବା ପରେ ନଖୋଲିବାରୁ ପରିବାର ଲୋକଙ୍କୁ ଡାକି  କବାଟ ଭାଙ୍ଗି ଭିତରକୁ ପଶିଥିଲେ I ଭିତରକୁ ପଶି ଦେଖିବାକୁ ପାଇଥିଲେ ଘର ଭିତର ଆଜବେଷ୍ଟ ପାଇପରେ ନିଜ ବେକରେ ଚୁନି ଗୁଡେଇ ହୋଇ ଓହଳି ଥିବା ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ ତଳକୁ ଓଲ୍ଲାହି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚିକତ୍ସା ପରେ ମୃତ ଘୋଷଣା କରିଥିଲେ I ଖବରପାଇ ବିଶ୍ୱନାଥପୁର ଥାନାଧିକାରୀଙ୍କ ନେତୃତ୍ୱରେ ଏଏସଆଇ ପ୍ରବୀଣ କୁମାର ରଥ ପୋଲିସ ବଳ ସହିତ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ I ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I  ଏ ନେଇ ବିଶ୍ୱନାଥପୁର ଥାନାରେ କେଶ ନଂ ୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ  ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS