BREAKING
Loading...
:

ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି

 ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି



ବନ୍ଧୁଗାଁ  /, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗାରିଡି ପଞ୍ଚାୟତ ଠାରେ ନିୟୋଜିତ ଭାବରେ ରହି ନିଜ କାର୍ଯ୍ୟକୁ ସୂଚାରୁ ରୂପେ ଦାୟୀତ୍ୱ ତୁଳାଉ ଥିବା ପଞ୍ଚାୟତ ର ବିଏଫଟି ସୁଶୀଲ ଖରାଙ୍କ ବଦଳି ପାଇଁ ପଞ୍ଚାୟତ ବାସି  ଏକ ନିର୍ଧିସ୍ତ ସମୟରେ ବିଡ଼ିଓଙ୍କୁ ଭେଟି ଏକ ଲିଖିତ ଦରଖାସ୍ତ ଦେବା ପାଇଁ ପହଂଚିଥିଲେ I କିନ୍ତୁ ବିଡ଼ିଓ ଶ୍ରୀ ଅସିତ କୁମାର ମହାନ୍ତି ଙ୍କ ଅନୁପସ୍ଥିତ ଯୋଗୁଁ ବ୍ଲକର ବଡ଼ ବାବୁ ତଥା ସେକ୍ସନ କର୍ମଚାରିଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ I ଏଥିରେ ମୁଖ୍ୟତଃ ବିଷୟ ଥିଲା ଗାରିଡି ଗ୍ରାମ ପଞ୍ଚାୟତ ରେ ଚାଲିଥିବା ଯେ କୌଣସି ଉନ୍ନତି ମୂଳକ କାର୍ଯ୍ୟକୁ କାର୍ଯ୍ୟ ସମୟରେ ଦେଖିଯିବା ପାଇଁ କହିଲେ ଆଗୁଆ ପଇସା ମାଗୁଥିବା ଓ ପଇସା ଲାଞ୍ଚ ନ ଦେଲେ କାମ ଦେଖିଯିବା ପାଇଁ ସିଧା ମନା କରିବା ସହ ନିଜ ଇଛା ଅନୁଯାଇ ମନମୁଖୀ ଭାବରେ କାମ କରୁଥିବା ସହ ପଞ୍ଚାୟତ ବାସି କଣ କହିଲେ ନାଲି ଆଖି ଦେଖେଇ ଦାଦାଗିରି କରୁଥିବା ବିଷୟକୁ ଉଲେଖ କରି  ବନ୍ଧୁଗାଁ ବ୍ଲକଠାରେ ପହଁଞ୍ଚି ଉକ୍ତ ଗାରିଡି ପଞ୍ଚାୟତ ରେ ବିଏଫଟି କାର୍ଯ୍ୟାରତ ଭାବରେ ଦାୟୀତ୍ୱରେ ରହିଥିବା ସୁଶୀଲ ଖରା ଙ୍କୁ ଯଥା ଶୀଘ୍ର ଗାରିଡି ପଞ୍ଚାୟତ ରୁ ଅନ୍ୟ ପଞ୍ଚାୟତ କୁ ସ୍ଥାନାନ୍ତର କୋରାଯିବା ସକାଶେ ବନ୍ଧୁଗାଁ ବ୍ଲକ ବିଡ଼ିଓ ଙ୍କ ମାଧ୍ୟମ ସହ  କୋରାପୁଟ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କ ଜୋରିଆରେ ମଧ୍ୟ ଏହାର ନକଲି କଫି ପ୍ରଦାନ କୋରାଯାଇଥିବାର ଉଲେଖ ହୋଇଅଛି I ଉକ୍ତ ଅଭିଯୋଗ ପ୍ରଦାନ ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର, କୁମ୍ଭାରୀ ପୁଟ ମଣ୍ଡଳ ସଭାପତି ମକର ଧ୍ଵଯ ଖରା, ତପି ତେଣ୍ଟା ବାରିଆ, କୁମର ଖସଲା, ଗୋପୀନାଥ କଲେକା, ସୁଗିବ ଖରା, ଗାରିଡି ପଞ୍ଚାୟତ ର ୱାର୍ଡ ସଭ୍ୟା ତୁଳୁଷି ତେଣ୍ଟା ବାରିଆ, ଗାରିଡି ପଞ୍ଚାୟତ ର ନାଏବ ସୋରପଞ୍ଚ ଅନାଦି କଞ୍ଜାକା, ଗରିଡି ପଞ୍ଚାୟତ ର ସମିତି ସଭ୍ୟା ଚନ୍ଦ୍ରମା ଟାକରି ଏହିପରି ଅନେକ ଲୋକେ ଉପସ୍ଥିତ ରହିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS