BREAKING
Loading...
:

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ

 ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ



ବେଲଗୁଣ୍ଠା,-/ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ସକାଳ ୯ ଘଣ୍ଟା ପର ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଗୋଡ଼ କାଢ଼ିବା ଅସମ୍ଭବ ହେଉଛି। ପ୍ରବଳ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଲୋକ ଛଟପଟ ହେଉଛନ୍ତି। ଏହି ଗରମ ଏବଂ ଗୁଳୁଗୁଳି ରାତିରେ ମଧ୍ୟ ଲାଗି ରହୁଛି। ସକାଳ ୯ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର  ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମର ଜଗନ୍ନାଥ ସ୍ୱାଇଁ (୫୫) ନାମକ ଜଣେ ଭାଗଚାଷୀ ଗ୍ରାମର ପୋଖରୀ ହିଡ ପାର୍ଶ୍ୱରେ ଥିବା ନିଜ ଖତ ଗଦାରୁ ଟ୍ରାକ୍ଟର ଯୋଗେ ଖତ ବୋହି ନେଇ ନିଜ ଜମିରେ ଓହ୍ଲାଇବା ପରେ  ସେ ଜମିରେ ଖତ ଖେଳାଉଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ମେଡ଼ିକାଲକୁ ନିଆଯାଇଥିଲା। ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ଦଶ ଘଣ୍ଟା ସମୟରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା। ଜଗନ୍ନାଥ ଧାନପୁଞ୍ଜା ପଲ୍ଲୀର ଆଳିୟ ସମାଜର ସଭାପତି ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ। ଜଗନ୍ନାଥଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସମେତ ତିନି ଝିଅ ଏବଂ ଏକମାତ୍ର ପୁଅ ବର୍ତ୍ତମାନ ଜଗନ୍ନାଥଙ୍କୁ ହରାଇ ବେସାହାରା ହୋଇପାରିଛନ୍ତି। ସେ ଜଣେ ଗରିବ ଚାଷୀ ହୋଇଥିବା ସହ ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମର ସମାଜସେବୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର, ପ୍ରତିନିଧି ଓଡ଼ିଶା ଶାଖା 

Post a Comment

أحدث أقدم
Header ADS