ହାତୀ ଛୁଆ ର ମୃତ ଦେହ ଉଦ୍ଧାର।
ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ନାରଗୋଦା ଜଂଗଲ ନିକଟ ନିଧିପୁର ଗ୍ରାମର କୁମୁନ୍ଦ ମାଳିନୀ ପୋଖରୀରେ ଛୁଆ ହାତୀର ମୃତ୍ୟୁ।ହାତୀର ମୃତ ଦେହ ପୋଖରୀ ଭିତରେ ପଡି ରହିଛି।ସକାଳୁ ସକାଳୁ ଲୋକେ ପୋଖରୀକୁ ଗୋଧୋଇ ଯାଇଥିବା ବେଳେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଦେଖି ବନବିଭାଗ କୁ ସୂଚନା ଦେବାରେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ।ବନବିଭାଗ ର ତଦନ୍ତ ଆରମ୍ଭ।ଛୁଆ ହାତୀର ଆନୁମାନିକ ବୟସ ଜଣାପଡିନାହିଁ ମୃତ ହାତୀଛୁଆ ଶବ ବ୍ୟବଛେଦ ପରେ ମୃତ ହାତୀର ବୟସ ଜଣାପଡିବ ବୋଲି ଟାଗିଂ ରେଜଂର କହିଛନ୍ତି।ସୂଚନାରୁ ଜଣା ପଢିଛି ଦିର୍ଘ୍ୟ ଦିନ ହେବ 19ଟିକିଆ ହାତୀ ପଲ ନାରୋଗୋଦା ଜଂଗଲରେ ଚଳପ୍ରଚଳ କରୁଛନ୍ତି।ଆଖପାଖ ଅଂଚଳରେ ଥିବା ଫସଲ ଜମି ଓ ବାଡିବଗିଚାରେ ପଶି ବ୍ୟାପକ ପରିମାଣର ଧନଜୀବନ ନଷ୍ଟ କରୁଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق