BREAKING
Loading...
:

ଖଲ୍ଲିକୋଟ NAC ର ଦୁର୍ନୀତି କୁ ରାଜ୍ୟ ସରକାର ତୁରନ୍ତ ଦୁଷ୍ଟି ଦିଅନ୍ତୁ ଜନ ସାଧାରଣ ରେ ଚର୍ଚ୍ଚା....

 ଖଲ୍ଲିକୋଟ NAC ର ଦୁର୍ନୀତି କୁ ରାଜ୍ୟ ସରକାର ତୁରନ୍ତ ଦୁଷ୍ଟି ଦିଅନ୍ତୁ ଜନ ସାଧାରଣ ରେ ଚର୍ଚ୍ଚା....




ଆଜିକୁ ୩ବର୍ସ ପୂର୍ବେ ଫୁଡ୍ କୋର୍ଟ ନିର୍ମାଣ ହୋଇଥିଲା l ଏହି ଫୁଡ କୋର୍ଟ ବିନା ଫଳକ ରେ 19ଲକ୍ଷା ଟଙ୍କା ଖର୍ଚ୍ଚ ହୋଇ ଠିକାଦାରଙ୍କୁ ବିଲ୍ ପୈଠ ହେଲା, କିନ୍ତୁ ଠେଲା ଦୋକାନୀଙ୍କ କାର୍ଯ୍ୟ କରି ଆସିଲାନାହିଁ l ପୁଣି ସେହି ସମାନ କାମ କୁ ଭାଙ୍ଗି ୨ ଲକ୍ଷ ଟଙ୍କାର ମିଥ୍ୟାବିଲ୍ ପୈଠ ପାଇଁ ଯୋଜନା ପ୍ରସ୍ତୁତ, ସରକାରଙ୍କ ଖଲ୍ଲିକୋଟ NAC ରେ କୋଟି କୋଟି ଟଙ୍କା ଫଲସ ବିଲ କରି ଲୁଟିବାକୁ ବସିଲେଣି ସରକାରୀ ବାବୁ ମାନେ  । କିଏସେ ଭଦ୍ର ମୁଖା କୁଜିନେତା ଯାହାଙ୍କ ବଳରେ ରେ ଖଲିକୋଟ NAC ରେ ଚାଲିଛି କୋଟି କୋଟି ଟଙ୍କାର ଦୁର୍ନୀତି,। ଜବାବ ମାଗୁଛି ଖଲିକୋଟ।

ଖଲିକୋଟ NAC ର ଦୁର୍ନୀତି  ଚରମ ସୀମାରେ  ଏହା କେବଳ ଅବ୍ୟବସ୍ଥା ନୁହେଁ, ଏହା ସୁଯୋଜିତ  ଭାବରେ ସରକାରୀ ଧନ ଲୁଟିବାର ଚକ୍ରନ୍ତ।

୩ ବର୍ଷ ପୂର୍ବରୁ 19ଲକ୍ଷା ଟଙ୍କା ବ୍ୟୟ କରି ଫୁଡ୍ କୋର୍ଟ ନିର୍ମାଣ କରାଗଲା। ଠିକାଦାରଙ୍କୁ ସମ୍ପୂର୍ଣ୍ଣ ବିଲ୍ ପୈଠ ହେଲା। କିନ୍ତୁ ସେହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଆସିପାରିଲା ନାହିଁ  ଏହା ସିଧାସଳଖ ଭାବେ ଜନସାଧାରଣଙ୍କ ଟଙ୍କାର ଅପଚୟ।

, ଏବେ ସେହି ଅବ୍ୟବହୃତ ନିର୍ମାଣକୁ ଭାଙ୍ଗି ପୁଣି “ନୂତନ କାମ” ନାମରେ ପ୍ରାୟ ୨ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ ପୈଠ କରିବା ପାଇଁ ଯୋଜନା ପ୍ରସ୍ତୁତ ଯାହା ସ୍ପଷ୍ଟ ଭାବରେ ଦୁଇଥର ଟଙ୍କା ଲୁଟିବାର ଅପ ଚେଷ୍ଟା!

ଅନୁ ଅପଯୋଗୀ କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ ସେହି କାମକୁ ଭାଙ୍ଗି ପୁଣି ଆଉଥରେ କାମ ଏହାଏକ ମନ ମୁଖି ଶାସନ ଚାଲିଛି l

ଏହା କାହାର ନିର୍ଦ୍ଦେଶରେ ହେଉଛି?

କିଏ ସେଇ “ଉପର ହାତ” ଯିଏ ଏହି ଦୁର୍ନୀତିକୁ ସୁରକ୍ଷା ଦେଉଛି?

କାହିଁକି ପ୍ରଶାସନ ନିରବ?

ଏହା ଜନତାଙ୍କ ଟଙ୍କା  କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ!

ଏପରି ଲୁଟ୍ ଓ ଦୁର୍ନୀତିକୁ ଆମେ କେବେବି ବରଦାସ୍ତ କରିବୁ ନାହିଁ।

ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେଉ, ସମ୍ପୂର୍ଣ୍ଣ ଘଟଣାର ହିସାବ ଜନ ସାଧାରଣ ଙ୍କ ସାମ୍ନାକୁ ଆଣାଯାଉ ଓ  ରାଜ୍ୟ ସରକାର ଓ ନଗର ଉନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଖଲ୍ଲିକୋଟ NAC ର ସରକାରୀ କର୍ମଚାରୀ ଓ ଯୋଉମାନେ ଏହି ସବୁ ଦୃନୀତି ରେ ଅଛନ୍ତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ l

ଏହା ଜନ ସାଧାରଣ ରେ ଚର୍ଚ୍ଚା ହେଉଛି!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS