BREAKING
Loading...
:

ଶିଶୁ ସେବିକା ଚୟନରେ ଅନିୟମିତତା, ଚଞ୍ଚକତା କରି ଅଯୋଗ୍ୟ ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତି।

 



ଶିଶୁ ସେବିକା ଚୟନରେ ଅନିୟମିତତା,

ଚଞ୍ଚକତା କରି ଅଯୋଗ୍ୟ ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତି।

    ସଂଗୀନ୍ ଅଭିଯୋଗ ଆଣିଲେ ଶିଶୁ ସେବିକା ପାଇଁ ଆବେଦନ କରି ଥିବା ଜନୈକା ଶିଶୁ ସେବିକା ଆବେଦନକାରୀ ମହିଳା

    ସତ ମିଛ ର ହେବ ପର୍ଦ୍ଦାଫାଶ।ଲୋକ ଲୋଚନକୁ ଆସିବ ସରକାରୀ ଗାତୂଆ ମୂଷା ଙ୍କର ଅନୈତିକ କାରବାର।କେମିତି କଲେ,କାହିଁକି କଲେ କାହା ପ୍ରରୋଚନାରେ କଲେ ଶିଶୁ ସେଵିକା ଚୟନ ରେ ହେର୍ ଫେର।

          ହିନ୍ଦୋଳ ରେ ଶିଶୁ ସେବିକା ଚାକିରି କ୍ଷେତ୍ରରେ ମହା ଘୋଟାଲା ସଂପର୍କରେ,କଂସରା ଉପ୍ରା ବିଦ୍ୟାଳୟ ରେ ଶିଶୁ ସେବିକା ନିଯୁକ୍ତି ରେ ହୋଇଛି ଘୋର ଅନୀୟମିତତା।


କଂସରା,ହିନ୍ଦୋଳ,ଢେଙ୍କାନାଳ।

          ରାଜ୍ୟ ସରକାର ଙ୍କର ଓ.ସେ.ପା ପକ୍ଷରୁ ବିଗତ ବର୍ଷ  ତା ୨୨/୦୮/୨୦୨୫ ରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ମାନଙ୍କରେ ଶିଶୁ ବାଟିକା,ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ୩୦ଜଣ ଅବା ତତୋଧିକ ଛାତ୍ର ଛାତ୍ରୀ ପଢୁଥିଲେ ଶିଶୁ ସେବିକା ନିଯୁକ୍ତି ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

           ତଦନୁଯାୟୀ ହିନ୍ଦୋଳ ବିଇଓ ଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା ୬୪,ତା ୦୯/୦୧/୨୦୨୬ରେ ଏହି ସମ୍ପର୍କିତ ଚିଠି ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର‌ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ  ମାନଙ୍କୁ ପ୍ରେରଣା କରାଯାଇ ତା ୨୭/୦୧/୨୦୨୬ରିଖ ସୁଦ୍ଧା ଏହି ସମ୍ପର୍କିତ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ କରି ତା ୩୧/୦୧/୨୦୨୬ରିଖ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

            ଏଥି ନିମନ୍ତେ ସମସ୍ତ ପ୍ରମାଣ ପତ୍ର ସହିତ ବୟସ ୧୮ ରୁ ୪୫ ବର୍ଷ ଉଲ୍ଲେଖ ରହି ଥିବା ବେଳେ ଶିକ୍ଷାଗତ ଯୋଗ୍ୟତାରେ କୌଣସି ପ୍ରତିବନ୍ଧକ ନଥିଲା।ପ୍ରାଥିନୀ ମାନେ ୧୪-୧-୨୦୨୬ ରିଖ ଠାରୁ ୨୦ -୦୧-୨୦୨୬ ରିଖ ମଧ୍ଯରେ ଏଥି ପାଇଁ ଆବେଦନ କରି ପାରିବେ ବୋଲି ଵିଜ୍ଞାପନରେ ସ୍ପଷ୍ଟ ଉଲ୍ଲେଖ ରହି ଥିଲା। ତେବେ ଏହି ବ୍ଲକର କଂସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିରେ ଘୋର ଅନିୟମିତତା ହୋଇ ଥିବା ନେଇ ଅନ୍ୟତମ ଆବେଦନକାରିଣୀ ଲୁଜିତା ଭୋଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବେ ଫେରାଦ ହୋଇଛନ୍ତି।ଏଥିରେ ଗୁରୁତ୍ତର ବିଭ୍ରାଟ ହୋଇ ଥିବା ନେଇ ସେ ପୂର୍ବରୁ ବି ଇ ଓ, ପ୍ରଧାନ ଶିକ୍ଷୟିତ୍ରୀ,ସି ଆର୍ ସି ସି, ବି ଆର୍ ସି, କମିଟି ଚେୟାର ମ୍ୟାନ ଏପରିକି ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଏନେଇ ଆର ଟି ଆଇ ରେ ଆବେଦନ କରି ଥିଲେ। ଆର୍ ଟି ଆଇ ତଥ୍ୟରେ ଅଭିଯୋକାରିଣୀ ନିଯୁକ୍ତି ପାଇଥିବା ବିଧବା ମହିଳା ଜୟନ୍ତୀ ରାଉତଙ୍କ ଜାତି ଗତ ପ୍ରମାଣ ପତ୍ର ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ମାଗି ଥିଲେ। ତେବେ ବହୁ ବିଳମ୍ବରେ ତାଙ୍କୁ ହସ୍ତଗତ ହୋଇ ଥିବା ତଥ୍ୟରେ ଜୟନ୍ତୀ ରାଉତ ଏନେଇ ଗତ ୨୬-୦୧-୨୦୨୬ ରିଖରେ ଜାତି ଗତ ପ୍ରମାଣ ପତ୍ର ପାଇଁ ଅନ ଲାଇନ ଆବେଦନ କରିଥିବାର ସ୍ପଷ୍ଟ ହୋଇ ଥିଲା। ଏଥି ସହିତ ପଞ୍ଚାୟତ ସରପଞ୍ଚ ତାଙ୍କୁ ନିଃସହାୟ ଗରିବ ବିଧବା ମହିଳା ବୋଲି ନିଜ ଲେଟର ପ୍ୟାଡରେ ସିଲେକ୍ସନ କମିଟିକୁ ସୁପାରିସ କରି ଥିବାର ପ୍ରମାଣ ମିଳିଛି। ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟରୁ ଜନ୍ମ ତାରିଖରେ ଫରକ ସହିତ ସେହି ବିଦ୍ୟାଳୟରୁ ପାସ୍ କରିଥିବା ମସିହାର ତାରତମ୍ୟ ସ୍ପଷ୍ଟ ବାରୀ ହୋଇ ପଡୁଥିବା ବେଳେ ଏଥିରୁ ଜୟନ୍ତି ରାଉତଙ୍କ ନିଯୁକ୍ତି ପ୍ରକିୟା କେଉଁ କେଉଁ ଆଧାରରେ ଓ କେତେ ନିର୍ମଳ ଭାବେ ସମ୍ପନ୍ନ କରା ଯାଇଛି ତାହା ସ୍ପଷ୍ଟ ଜଣା ପଡୁଛି।

             ଉଲ୍ଲେଖ ଯୋଗ୍ୟ ଯେ କଂସରା ସରକାରୀ ଉପ୍ରା ବିଦ୍ୟାଳୟରେ ୨୦୨୫-୨୦୨୬ ଶିକ୍ଷା ବର୍ଷ ପାଇଁ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ସମୁଦାୟ ୧୨ ଜଣ ପାର୍ଥିନି ଆବେଦନ କରିଥିଲେ। ନିୟମ ମୁତାବକ ପ୍ରମାଣ ପତ୍ର ଗୁଡ଼ିକ ଯାଞ୍ଚ କରିବା ଧାର୍ଯ୍ୟ ତାରିଖ କିମ୍ବା ତା ପୂର୍ବରୁ ସମସ୍ତ ତଥ୍ୟ ( ପ୍ରମାଣ ପତ୍ର) ଗୁଡ଼ିକ ଵିଜ୍ଞାପନ ନିର୍ଦ୍ଦେଶ ମୁତାବକ ଦାଖଲ କରିବା ଆବଶ୍ୟକ ଥିଲା ବେଳେ ଜୟନ୍ତୀ ରାଉତ ତାହା ଦେଇ ନଥିଲେ। ତେବେ  ଏସ ଏମ୍ ସି କମିଟିର ସହମତିରେ ଗତ ତା -୬-୨-୨୦୨୬ ରିଖ ଅଧିବେଶନରେ ସର୍ବ ସମ୍ନତି କ୍ରମେ ହାତୁରା ସି ଆର୍ ସି ସି ଜୟନ୍ତୀ ରାଉତଙ୍କୁ ତା -୭-୨-୨୦୨୬ ରିଖ ଠାରୁ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଦେଇ ଥିବା ନିର୍ଦ୍ଦେଶ କେତେ ସମୀଚୀନ ତାହା ସହଜ ରେ ଅନୁମେୟ। ଏପଟେ ଅଭିଯୋଗ କାରିଣୀ ଲୁଜିତା ଭୋଇଙ୍କୁ ଏହି ପଦ ନିମନ୍ତେ ସିଲେକ୍ସନ ପାଇଁ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ କୁଆଡେ ୨୦ ହଜାର ଟଙ୍କା ମାଗି ଥିବା କଥା ଯାହାକି ସେ  ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏହି ଭଳିଆ ଅନୀୟମିତତା ସମ୍ପର୍କରେ ହିନ୍ଦୋଳ ବି ଇ ଓ ଙ୍କୁ ପଚାରିବାରେ ଅଭିଯୋଗ କୁ ଖଣ୍ଡନ କରି ସେ ନିଜେ ଘଟଣାର ପୁଙ୍ଖlନୁପୁଙ୍ଖ ତଦନ୍ତ ପୂର୍ବକ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।ସତ ମିଛ ର ଲଢେଇ ରେ ଏବେ ଦେଖି ବାକୁ ବାକି ରହିଲା କିଏ ଜିତୁଛି ଆଉ କିଏ ହାରୁଛି ,ସରକାର କେଉଁ ପ୍ରକାର ର ପଦକ୍ଷେପ ନେଉଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS