ରାୟଗଡା ଜିଲ୍ଲା କଲନରl ବ୍ଲକ ଅନ୍ତର୍ଗତ , ଗଣ୍ଡମୁହିଁ ଗ୍ରାମରେ ଛେଳିଚର ମାନଙ୍କର ଭୟାବହ,
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ରାୟଗଡା ଜିଲ୍ଲା ର କଲନରl ବ୍ଲକ ଅନ୍ତର୍ଗତ, ଖିଲାପଦାର ପଞ୍ଚାୟତ ଗଣ୍ଡମୁହିଁ ଗ୍ରାମରେ ଏକ ଅଭାବନ୍ୟ ଘଟଣା ଦେଖିବାର ମିଳିଛି l ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ ଏକ ଧଳା ରଙ୍ଗର କାର ରେ ଆସି ତିନିଜଣ ଦୃବତ ଗଣ୍ଡମୁହିଁ ଗ୍ରାମରେ ପ୍ରବେଶ କରି ସେହି କାର ଭିତରେ ପୁରାଇ ଛେଳି ନେଇ ଚମ୍ପଟ ମାରିବାପାଇଁ ଉଦ୍ୟମ କରିଥିଲେ l କିନ୍ତୁ ସେମାନେ କିଛି ଦୂରତା ଅତିକ୍ରମ କଲାପରେ କୈଣସି ଏକ ଜଗା ପାଖରେ ହମ୍ପ୍ସ୍ ଓ ଖାଲ ଥିବା ହେତୁ ଗାଡିର ଗତି ଧୀରେ ହୋଇ ଅଟକି ଯାଇଥିଲା l ଏବଂ ଠିକ ସେହି ସମୟରେ ସେହି ରାସ୍ତା କଡ଼ରେ କିଛି ଯୁବକ ଗରମ ହେବା ହେତୁ ବୁଲିବାକୁ ଯାଇ ସେଇଠି ବସିଥିଲେ l ଠିକ ସେତିକିବେଳେ ଗାଡି ଭିତରୁ କିଛି ଛେଳି ମାଙ୍କର ଚିତ୍କାର ଶୁଭିଥିଲା, ଜୋ ଦ୍ଵାରା କି ସେମାନଂକୁ ସନ୍ଦେହ ହଇଥିଲା l ଏବଂ ସେମାନେ ଗାଡି ପଛରେ ଗଡ଼ାଇ ଥିଲେ ଓ ସେମାନଙ୍କୁ କାବୁ କରିଥିଲେ l କିନ୍ତୁ ସେହି ତିନିଜଣ ଦୃବତ ମଧ୍ୟରେ ଦୁଇ ଜଣ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ ଓ ଗାଡିଚାଳକ ଧରାପଡ଼ିଯାଇଥିଲେ l ଯାହାଙ୍କ ନାମ, ରାମଚନ୍ଦ୍ରଟାକ୍ରୀ ଏବଂ ସେ କୋରାପୁଟ ଜିଲ୍ଲାର ବୋଲି ଜଣାପଡିଛି l ଏବଂ ଏହି ଚୋର ମାନଙ୍କୁ କାବୁ କରିଥିବା ବ୍ୟକ୍ତି ମାନେ ହେଲେ, ଖିଲାପଦାର ଗ୍ରାମ ପଞ୍ଚାୟତର ଗଣ୍ଡମୁହିଁ ଗ୍ରାମର, ଶ୍ରୀଯୁକ୍ତ ମିଥୁନ ଦଣ୍ଡସେନା, ସତ୍ୟନାରୟଣ ବିଡ଼ିକା, ଓ ଗ୍ରାମର ଅନେକ ଯୁବକ, l ତାହାର ପରବର୍ତୀ ସମୟରେ ଶ୍ରୀଯୁକ୍ତ ମିଥୁନ ଦଣ୍ଡସେନାସ୍ଥାନ୍ୟ ସରପଞ୍ଚ ଶ୍ରୀଯୁକ୍ତ ମlଦlରାଅ କୋଣ୍ଡାଗରୀ, ନାୟକ ସରପଞ୍ଚ ବସନ୍ତ ସାରାକl କୁ ଜଣାଇଥିଲେ l ଶ୍ରୀଯୁକ୍ତ ମାଦରାଓ କୋଣ୍ଡାଗରୀ ସେହି ସମୟରେ ନିକଟସ୍ଥ ଥେରୁବାଲି ଫାଣ୍ଡି କୁ ଜଗାଯୋଗ କରିଥିଲେ ଓ ଘଟିଥିବା ଘଟଣା ବିଷୟରେ କହିଥିଲେ l ଏବଂ ଥେରୁବାଲି ଫାଣ୍ଡି ରେ କାର୍ଯ୍ୟରତ ଥିବା ଏ ଏସ ଆଇ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରା ଘଟଣା ସ୍ଥଳକୁ ଯାଇ ପହଞ୍ଚିଥିଲେ l ଓ ସେହି ଘଟଣା ସ୍ଥଳରୁ, ଗାଡିର ଡ୍ରାଇଭର, ରାମଚନ୍ଦ୍ର ଟାକ୍ରୀ ଙ୍କୁ ଓ ଗାଡି କୁ ଜବତ କରିଥିଲେ ଯାହା ଗାଡି ର ନମ୍ବର OR02BA6886,ଏବଂ ଥାନାକୁ ନେଇଥିଲେ l ଶ୍ରୀଯୁକ୍ତ ବସନ୍ତ ବେହେରା
ନିଶ୍ଚୟ ଏହାର ତଦନ୍ତ କରାଯିବ ବୋଲି ଆମ ଗଣ ମାଧ୍ୟମ ଓ ଗ୍ରାମ ଅଂଚଳ ବାସି ଙ୍କୁ ମତ ଦେଇଛନ୍ତି l ଏହିଭଳି ଘଟଣା କୁ ନେଇ ସ୍ଥାନିୟ୍ ବାସି ଙ୍କ ମନରେ ଭୟାବହ ଦେଖିବାକୁ ମିଳିଛି!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق