ଗଣେଶ ପଟନାୟକ ଦୋକାନ ସିଲ ଘଟଣା... ତିନି ବର୍ଷ ପରେ ରାୟ ଆସିଲା.... ବ୍ୟବସାୟୀ ଗଣେଶ ଙ୍କୁ ଚାବି ହସ୍ତାନ୍ତର# - ଗଞ୍ଜାମ ବଡ଼ ବଜାର ଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ମାଲିକ ବିନୋଦ ପାଢ଼ୀ ଏବଂ ଦୋକାନୀ ଗଣେଶ ପଟନାୟକଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ବିବାଦ ସୃଷ୍ଟି ହେବା ପରେ ଏନେଇ ଘର ମାଲିକ ପାଢ଼ୀ ଗଣେଶ କୁ ଦୋକାନ ଖାଲି କରିବାକୁ କହିଥିଲେ l ଗଣେଶ କିଛି ଦିନ ସମୟ ମାଗିଥିଲେ ମଧ୍ୟ ଏହାକୁ ନଶୁଣୀ ପାଢ଼ୀ ଗଞ୍ଜାମ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଗତ 3.5.2023 ରେ ଗଞ୍ଜାମ ବଡ଼ ବଜାର ଠାରେ ଥିବା ଗଣେଶଙ୍କ ମିଠା ଦୋକାନ ତଥା ଭେରାଇଟ ଷ୍ଟୋର କୁ ଗଞ୍ଜାମତତକାଳିନ ଥାନା ପୁଲିସସନ୍ତୋଷ ବେହେରା ସିଲ କରିଥିଲା l ଦୋକାନ ସିଲ ହେବାପରେ ମୋ ଦୋକାନ କୁ ବେଆଇନ ଭାବେ କୋର୍ଟ ର କୌଣସି ଆଦେଶନାମା ନଥାଇ ପୁଲିସ ତାର କ୍ଷମତା ର ଅପବ୍ୟବହାର କରିଥିବା ଏବଂ ଚାବି ମୋତେ ହସ୍ତାନ୍ତର କରାଯାଉ ବୋଲି ଦୋକାନ ମାଲିକ ଗଣେଶ ଆଇନଜୀବୀ ଦିଲୀପ କୁମାର ପଟନାୟକ ଜରିଆରେ ଛତ୍ରପୁର ଉପ ଜିଲ୍ଲାପାଳ ନିକଟରେ
ଦୁଇଟି ପିଟିସନ ଦାଖଲ କରିଥିଲେ l ଏ ଉପରେ ଉପଜିଲ୍ଲାପାଳ କୌଣସି ଶୁଣାଣୀ ନକରି ବରଂ ଘର ମାଲିକ ପାଢ଼ୀ ଙ୍କୁ ଚାବି ପ୍ରଦାନ କରିଥିଲେ l ଏନେଇ ଦୋକାନ ମାଲିକ ଗଣେଶ ହାଇକୋର୍ଟର ଆଶ୍ରୟ ନେଇଥିଲେ l ଉପରୋକ୍ତ ମାମଲାରେ ଉପଜିଲ୍ଲାପାଳ ଙ୍କ ସମସ୍ତ ଅର୍ଡର କୁ ହାଇକୋର୍ଟ ରବ୍ଧ କରିବା ସହ ସମସ୍ତ ଶୁଣାଣି କରିବାକୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ କୁ ନିର୍ଦେଶନାମ ଜାରିକରିଥିଲେ ହାଇକୋର୍ଟ l ସମସ୍ତ ପକ୍ଷକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଜଜ ପ୍ରଦୀପ କୁମାର ସାମଲ ଉପରୋକ୍ତ ମାମଲା ର ଗତ 15.42026ରୁ ଏକ ସପ୍ତାହ ମଧ୍ୟରେ ସିଲ ହୋଇଥିବା ଦୋକାନ ଚାବି ଖୋଲି ଦୋକାନ ମାଲିକ ଗଣେଶଙ୍କୁ ଚାବି ହସ୍ତାନ୍ତର କରିବା ପାଇଁ ଗଞ୍ଜାମ ଥାନାଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଏଥି ସହ ଦୋକାନ ମଧ୍ୟରେ ଥିବା ସମସ୍ତ ଜିନିଷ ଓ ବିଭିନ୍ନ ସାମଗ୍ରୀ ହିସାବ କରି କୋର୍ଟ ରେ ଦାଖଲ କରିବା ପାଇଁ କୋର୍ଟ ର ନୋଟିସରେ ଉଲ୍ଲେଖ ରହିଛି l ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ର ଅର୍ଡର ଆସିବା ପରେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ସ୍ଥାନୀୟ ଅତିରକ୍ତ ତହସିଦାର ଲିଲି କୁମାରୀଙ୍କ ଉପସ୍ଥିତିରେ ସିଲ ପଡିଥିବା ଦୋକାନ ଖୋଲି
ଦୋକାନ ମାଲିକ ଗଣେଶଙ୍କୁ ଚାବି ହସ୍ତାନ୍ତର କରିବା ସହ ଦୋକାନରେ ସମସ୍ତ ସାମଗ୍ରୀ ଓ ନଗଦ 16 ହଜାର ଟଙ୍କା ପ୍ରଦାନ କରିଥିଲେ l ଦୀର୍ଘ ତିନି ବର୍ଷ ପରେ ନିଜ ସପକ୍ଷରେ ରାୟ ଆସିଥିବାରୁ ଧର୍ମର ଜୟ ହୋଇଛି ବୋଲି ଗଣେଶ ପଟନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି lଦୋକାନ ମଧ୍ୟରେ ନଷ୍ଟ ହୋଇଥିବା ସମସ୍ତ ସାମାଗ୍ରୀର ଅନୁମାନିକ ମୂଲ୍ୟ 55 ଲକ୍ଷ ଟଙ୍କା ରୁ ଉର୍ଦ୍ଧ କ୍ଷତିପୂରଣ ପରବର୍ତ୍ତୀ ସମୟରେ କୋର୍ଟ ରେ ଦାଖଲ କରାଯିବ ବୋଲି ଗଣେଶ ଙ୍କ ଓକିଲ ଦିଲୀପ କୁମାର ପଟନାୟକ ବି ଏ ନ ସ ଧାରା 198/199ରେ ସାମିଲ ହୋଇଥିବା ଅଫିସର ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଚାବି ଖୋଲିବା ବେଳେ ଅତିରିକ୍ତ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ କଂହର,ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରୀକି , ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ତହସିଲ ଅଫିସର ଆଦିତ୍ୟ ନାରାୟଣ, ଏ ଆର ଆଇ ଲାଲକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق