ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ
ବୌଦ୍ଧ -: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ପୁଲିସ ପକ୍ଷରୁ ବ୍ରିଜ ଛକ ଠାରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ବ୍ରିଜ ଛକ ରେ ଗୋଟିଏ ବାଇକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଜଣେ ମାଫିଆ କୁ ଗିରଫ କରିଛି ପୁଲିସ | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ପୁଲିସ ଟିମ ବ୍ରିଜ ଛକ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ l ସେହିସମୟରେ ମାଣ୍ଡିଆଯୋର ପଟୁ ବ୍ରିଜ ଛକ ଦେଇ ଆସୁଥିବା ଗୋଟିଏ ବାଇକ କୁ ଘଣ୍ଟାପଡା ବ୍ରିଜ ଛକରେ ସନ୍ଦେହରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା | ଯାଞ୍ଚ ସମୟରେ ବାଇକ ରୁ ଗଞ୍ଜେଇ ଜବତ କରିଥିଲା ପୁଲିସ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ଜବତ୍ ଗଞ୍ଜେଇର ପରିମାଣ ୧୧ କେଜି ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ହେଲେ ଉମାପଂଚାୟତ ଅନ୍ତର୍ଗତ ବରାହକାଳୁ ର ସୁବାସ ରଣା ୨୦ବର୍ଷ ବୋଲି
ଘଣ୍ଟାପଡା ପୁଲିସ ସୂଚନା ଦେଇଛି | ଏ ସଂକ୍ରାନ୍ତରେ ଘଣ୍ଟାପଡା ଥାନା ରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଘଣ୍ଟାପଡା ପୁଲିସ ସୂଚନା ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق