ଗଞ୍ଜାମ ଧର୍ମ ଶାଳା ଜଗନ୍ନାଥ ଙ୍କ ଜାଗା କୁ ଜବର ଦଖଲ #ଗଞ୍ଜାମ, ଗଞ୍ଜାମ ସହର ସ୍ଥିତ ବହୁ ପୁରାତନ ଧର୍ମ ଶାଳା ଜଗନ୍ନାଥ ମନ୍ଦିର ର ଜାଗାକୁ ମନ୍ଦିର ପାଖ ସାହି ବାସିନ୍ଦା ମାନେ ଜାଗା କୁ ଜବର ଦଖଲ କରି ମହାପ୍ରଭୁ ଙ୍କ ଜାଗାରେ ପାଇଖାନା ଗାଧୁଆ ଘର କରି ଜାଗାକୁ ନିଜ ଅକ୍ତିଆର ରେ ରଖିଛନ୍ତି ଏହାକୁ ନେଇ ମଠ ମହନ୍ତ ବାସୁଦେବ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ଏହି ସମସ୍ୟା କୁ ନେଇ ଆଜି ଗଣମାଧ୍ୟମ ଙ୍କ ମଠ କୁ ଯିବା ବେଳେ ଜବର ଦଖଲ କାରି ମାନଙ୍କ ମଧ୍ୟରେ ଶୁଣା ଗୁଣା କାନ କୁହା ଟୁପୁରୁ ଟାପୁରୁ ହେବା ଦେଖିବାକୁ ମିଲଥିଲା ପ୍ରକାଶ ଥାଉକି ଏହି ପୁରାତନ ମଠ କୁ ଦୁଇ ହଜାର ମସିହା ରେ ଗ୍ରାମର ବୁଦ୍ଧିଜୀବୀ ଓ ସ୍ବର୍ଗତ ରାମ ନାରାୟଣ ଦାସ ମହାରାଜ ଙ୍କ ପୌରାହିତ୍ୟରେ ମଠ ପୁନଃରୁଦ୍ଧାର ହୋଇଥଲାଏହି ମଠ ରେ ଚତୁର୍ଦ୍ଧା ମୂର୍ତ୍ତି ଜଗନ୍ନାଥ ବଳଭଦ୍ର ମା କମ୍ପିଲ୍ୟ ବାସିନୀ ସୁଭଦ୍ରା ଙ୍କ ସହ ସୁଦର୍ଶନ ପୂଜାପାଉଛନ୍ତି ଶ୍ରୀ ବିଗ୍ରହ ମାନେ ମଧ୍ୟ୍ୟ ଭଗ୍ନ ଅବସ୍ଥା ରେ ରହିଥିଲେ ଶ୍ରୀ ବିଗ୍ରହ ମାନଙ୍କୁ କୁଶଳୀ କାରିଗର ମାନଙ୍କ ଦ୍ୱାରା ନବ ନିର୍ମିତ କରାଯାଇଥିଲା ଏବଂ ମଠ ରେ କୌଣସି ଜମି ଜୁମା ଥିଲେ ମଧ୍ୟ୍ୟ କିଛି ମହସିଲ ମିଳୁନଥିବା ଯୋଗୁଁ ନଥିବା ଅବସ୍ଥା ରେ ମନ୍ଦିର ଭଗ୍ନ ହୋଇ ରହିଥିଲା ଏହି ମଠ କୁ ପୁନଃରୁଦ୍ଧାର ପରେ ଗ୍ରାମବାସୀ ଙ୍କ ସହଯୋଗ କ୍ରମେ ଧୀରେ ଧୀରେ ମନ୍ଦିର ର ଉର୍ନତି ଘଟିଥିବା ଦେଖିବାକୁ ମିଳିଥିଲା ଓ ଦୁଇ ହଜାର ଚଉଦ ମସିହା ରେ ନବକଳେବର ରେ ତତ୍କାଳୀନଗଞ୍ଜାମ ତହସିଲଦାର ଶକ୍ତି କାନ୍ତ ରାୟ ଓ ଗୋଷ୍ଠୀ ଉର୍ନୟନ ଅଧିକାରୀ ଏ ନ ସି ଜୋତିରଞ୍ଜନ ନାୟକ କର କମଳରେ ନବ କଳେବର କାର୍ଯ୍ୟ ଆରମ୍ଭ ଓ ଶେଷ ହୋଇଥିଲା ନବକଳେବର ର କିଛି ଦିନ ପରେ ମହାପ୍ରଭୁ ଙ୍କ ମୁଖ୍ୟ ଆସ୍ଥାନ ଟି ସମ୍ପୂର୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା ପରେ କିଛି ଭକ୍ତ ଙ୍କ ସହଯୋଗ ରେ ଭଗ୍ନ ମନ୍ଦିରର ଟିକେ ଅଳ୍ପ ଆଗକୁ ଏକ ଅସ୍ଥାୟୀ ମନ୍ଦିର ଗୃହ ତିଆରି କରାଗଲା ସେହି ଅସ୍ଥାୟୀ ଗୃହରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ଏଗାର ବର୍ଷ ହେଲା ବିରାଜ ମାନ କରି ପୂଜା ପାଉଛନ୍ତି. ଦୁଇ ହଜାର ଅକୋଇଶି ମସିହାରେ ତତ୍କାଳୀନ ମଠ ମହନ୍ତ ରାମ ରାଣାୟଣ ଦାସ ଜି ଙ୍କ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା କିନ୍ତୁ ମିଳିଥିବା ସୂଚନା ନୁଯାଇ ଏହି ମହନ୍ତ ରାମ ନାରାୟଣ ଜୀବିତ ଥିଲେ ନୂତନ ମନ୍ଦିର ହୋଇସାରି ଥାନ୍ତା ମହନ୍ତ ଙ୍କ ଦେହାନ୍ତ ପରେ ମଠରେ ଉତ୍ସବ ପାଳନ କରି ବଲାଙ୍ଗୀର ଜିଲ୍ଲା ରୁ ଆସିଥିବା ସାଧୁ ବାସୁଦେବ ମହାରାଜ ଜି ଙ୍କୁ ମହନ୍ତ ଗାଦିରେ ଶାଢ଼ୀ ବନ୍ଧା ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମ ବାସି ଙ୍କ ଉଦାସୀନ ମନୋଭାବ ଯୋଗୁଁ ନୂତନ ମନ୍ଦିର ଟି ନିର୍ମାଣ ହୋଇପାରୁନାହିଁ ଏହା ହେଉଛି ଆମ ଗଞ୍ଜାମ ର ଦୁଃଖ ବୋଲି ମହନ୍ତ ବାସୁଦେବ ପ୍ରକାଶ କରିଛନ୍ତି କୌଣସି ଲୋକଙ୍କ ସହଯୋଗ ନାହିଁ ବୋଲି କ୍ଷବୋ ପ୍ରକଶ କରିଛନ୍ତି ଏହି ପରିପେକ୍ଷୀରେ ଗଣ ମାଧ୍ୟ୍ୟମ ଙ୍କ ସହଯୋଗ କ୍ରମେ ଆଗାମୀ ଦିନରେ ଠାକୁରଙ୍କ ଜାଗର ପରିସୀମା ନିମ୍ନୟ କରିବା ପାଇଁ ଗଞ୍ଜାମ ତହସିଲଦାର ଙ୍କ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି ଏହାର ଅବିକଳ ନକଲ ଉପଜିଲ୍ଲାପାଳ ଛତ୍ରପୁର ସ୍ଥାନୀୟ ପୋଲିସ କୁ ଅବଗତ କରାଇ ଏହି ଜବର ଦଖଲ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق