BREAKING
Loading...
:

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷରେ ଓଡ଼ିଶା ଦିବସ ପାଳନ

 ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷରେ ଓଡ଼ିଶା ଦିବସ ପାଳନ 



=================

ତା ୧-୦୪-୨୦୨୬ ରିଖ ଦିନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଆ ପକ୍ଷ ପାଳନର ପ୍ରଥମ ଦିବସ ' ଓଡ଼ିଶା ଦିବସ ' ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ ଓ ପ୍ରେରଣା ତଥା ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ବାଗ୍ମୀ, ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଂଚାସୀନ ଅତିଥିଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ କରାଯାଇଥିଲା l ଏହା ସହ ଓଡ଼ିଆ ବିଭାଗ ଛାତ୍ର ଶକ୍ତିକାପୁର , ଦୀପକ, ଛାତ୍ରୀ ବିଭୂପ୍ରିୟା, ରୋଜାରାଣୀଙ୍କ ସମେତ ସମବେତ ଭାବେ ' ବନ୍ଦେ ଉତ୍କଳ ଜନନୀ ' ଗାନ କରାଯାଇଥିଲା l ଏହା ପରେ ଡ. ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ଅବସରରେ ଓଡ଼ିଶା ଓ ଓଡ଼ିଆ ଭାଷାର ସୁରକ୍ଷାରେ ଜନବିମ୍ସଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ମଂଚାସୀନ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ମୌଖିକ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ଉତ୍କଳ ସମ୍ମିଳନୀ ଗଠନର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ନିଜ ଅଭିଭାଷଣରେ ଉତ୍କଳ ସମ୍ମିଳନୀ,ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ,ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ମାନଙ୍କ ଅବଦାନ, ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଆଜିର ଓଡ଼ିଶା ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ l ଅଧ୍ୟାପିକା ଡ. ସୁସ୍ମିତା ପଟ୍ଟନାୟକ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଛାତ୍ର କଲ୍ୟାଣ ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ବରୁଣ କୁମାର ବେହେରା, ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ ମୁଦୁଲି ସହାୟତା କରିଥିଲେ l ଶେଷରେ ଛାତ୍ର ଚେଦିବଂଶ ଗୌତମ ସ୍ଵରଚିତ କବିତା ଆବୃତ୍ତି କରିଥିଲେ l ଆଜିର କାର୍ଯ୍ୟକ୍ରମ ଅବସରରେ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS