BREAKING
Loading...
:

ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା 


ଗଣିଆ ୨୮/୦୩(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଗତ ବୁଧବାର ସନ୍ଧ୍ୟାରେ ବୈଦେହୀ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି  ଦୁଇ ବଖରା ଘର ଜଳି ଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଶନିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ କ୍ଷତିଗ୍ରସ୍ତଙ୍କ ଘରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ବିଧାୟକ ଆଲୋଚନା କରିଥିଲେ । ବିଧାୟକ ତାଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ଅସହାୟ ଲୋକଙ୍କ ପାଖରେ ସୁଖଦୁଃଖରେ ସାମିଲ ହୋଇ ବିଧାୟକ ଶ୍ରୀ ବେହେରା ଜନସାଧାରଣଙ୍କ ପ୍ରିୟପାତ୍ର ପାତ୍ର ହୋଇପାରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ବିଧାୟକଙ୍କୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS