BREAKING
Loading...
:

ପେଟ୍ରୋଲ୍ ଜାଳି ଯୁବକଙ୍କ ଆତ୍ମହୂତି ଉଦ୍ୟମ

 ପେଟ୍ରୋଲ୍ ଜାଳି  ଯୁବକଙ୍କ ଆତ୍ମହୂତି ଉଦ୍ୟମ




ବାଙ୍କୀ,୨୮/୩ (ମାନସ ରଞ୍ଜନ ସାହୁ ): ବାଙ୍କୀ ଥାନା ଅନ୍ତର୍ଗତ ବିଲିପଡା-ତାଳବସ୍ତ ରାସ୍ତାର ତାରେଣି ମନ୍ଦିର ନିକଟରେ ନିଜ ଦେହରେ ପେଟ୍ରୋଲ୍ ଜାଳି ହୋଇ ଆତ୍ମହୂତି ଉଦ୍ୟମ କରିଥିବା ଜଣାପଡିଛି । ସୁଚନା ଥାଉକି ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ସୌମ୍ୟରଞ୍ଜନ ବାରିକ (୨୮) ଆଜି ପୂୂର୍ବାହ୍ଣରେ ନିଜ ଦେହରେ ପେଟ୍ରୋଲ୍ ଜାଳି ହେଉଥିବା ବେଳେ ସେହି ସମୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୁବକଙ୍କୁ ବାଙ୍କୀ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଯୁବକଙ୍କ ଶରୀର ୪୦ ପ୍ରତିଶତ ଅଂଶ ପୋଡି ଯାଇଥିବା ଡାକ୍ତର ସୁଚନା ଦେଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ସଂଗେ ସଂଗେ ତାଙ୍କୁ କଟକ ବଡମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସୁଚନା ପାଇ ବାଙ୍କୀ ପୋଲିସ୍ ମେଡିକାଲରେ ପହଞ୍ôଚ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି । ସୁଚନା ଅନୁସାରେ ଯୁବକଙ୍କର ଆତ୍ମହୁତି ପ୍ରେମଜନିତ ସନ୍ଦେହ କରାଯାଉଥିବା ବେଳେ ଆତ୍ମହୁତିର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ଥିବା ଜଣାପଡିଛି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS