BREAKING
Loading...
:

ନୂଆଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ ଉତ୍ସବ

 ନୂଆଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ ଉତ୍ସବ 

କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କଲେ ବ୍ଲକ ଅଧ୍ୟକ୍ଷା 



ନୂଆଗାଁ ୦୧।୦୪ (ମଣିଭଦ୍ରା ଖବର) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନିକଟରେ ଥିବା ନୂଆଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ସେଠି, ଜିଲ୍ଲା ଶାରୀରିକ ନିରୀକ୍ଷକ ଅନିଲ କୁମାର ଦାସ,ସମ୍ମାନିତ ଅତିଥି ୧୭ ନଂ ଜୋନ ଜିଲ୍ଲାପରିଷଦ ପ୍ରତିମା ଦଳବେହେରା, ନୂଆଗାଁ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ,ପଞ୍ଚସଖା ଶିକ୍ଷା ସେତୁର ତଥା ପୁରାତନ ଛାତ୍ର ସଂସଦର ସଭାପତି ଭିକାରି ଚରଣ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ରହିଥିଲେ। ଛାତ୍ରଛାତ୍ରୀ ପାଠ ପଢିବା ସଙ୍ଗେ ସଙ୍ଗେ କ୍ରୀଡ଼ାର ମଧ୍ୟ ଆବଶ୍ୟକତା ରହିଛି। କ୍ରୀଡ଼ା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱସ୍ଥତା ଆଣିଥାଏ । ବିଭିନ୍ନ କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ଲୋକାୟିତ ପ୍ରତିଭାକୁ ପ୍ରଦର୍ଶିତ କରି ବିଦ୍ୟାଳୟର ସୁନାମ ଅର୍ଜୁନ କରିବା ସହିତ ବ୍ଲକ ଏବଂ ଜିଲ୍ଲା ଓ ରାଜ୍ୟ ତଥା ଦେଶର ଗୌରବ ଆଣିବା ସହ ସମାଜରେ ସାମଗ୍ରିକ ବିକାଶ ହୋଇଥାଏ ବୋଲି ସମସ୍ତ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କାଜଲ ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲ।

ମଣିଭଦ୍ରା ଖବର, ନୂଆଗାଁ 

Post a Comment

أحدث أقدم
Header ADS