କେନ୍ଦ୍ରାପଡା ଜିଲ୍ଲାରେ ସାଇନାଥ ଗ୍ୟାସ ଏଜେନ୍ସି ଖୁଲୁମୁଖୁଲା ଗ୍ୟାସ ଚୋରା ଚାଲାଣ କରୁଛି ଦେଖନ୍ତୁ କେନ୍ଦ୍ରାପଡା ଜିଲ୍ଲାରେ ଥିବା କିଛି ଚାଟ୍ ଖାବାର ଏବଂ ହୋଟେଲରେ ବିନା ବୁକିଙ୍ଗିରେ ଏକ ଗ୍ୟାସ ଟାଙ୍କି କୁ 2400'ଟଙ୍କା ଲେଖାଏଁ ବିକ୍ରି କରୁଛି ହେଲେ ସାଧାରଣ ଲୋକ ଟିଏ ବୁକିଙ୍ଗି କରି ସାଇନାଥ ଗ୍ୟାସ ଏଜେନ୍ସି କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ,ଏଠି ଖୁଲୁମୁଖୁଲା ଚୋରା ଚାଲାଣ ହେଉଛି ଗ୍ୟାସ ହେଲେ ଯୋଗାଣ ଅଧିକାରୀ ,ଚୁପ କାହିଁକି ଅଛନ୍ତି ,ଆମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରୁଛି କୀ ଯଥାଶୀଘ୍ର କେନ୍ଦ୍ରାପଡା ଜିଲ୍ଲାରେ ଥିବା ସାଇନାଥ ଗ୍ୟାସ ଏଜେନ୍ସି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆଗକୁ ସାଧାରଣ ଜନତା ଗ୍ୟାସ ନ ପାଇଲେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଫଛାଇବେ ନାହିଁ ।।ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା କିଛି ଦୋକାନି ମାନେ ସାଇନାଥ ଗ୍ୟାସ ଏଜେନ୍ସି ରୁ ବ୍ଲାକ୍ ରେ 2000ଟଙ୍କା ଲେଖାଏଁ ଦେଇ ଏକ ଟାଙ୍କି ନେଇ ସାଧାରଣ ଗରିବ ଲୋକ ମାନଙ୍କୁ ଏକ ଲିଟର ଗ୍ୟାସ ପିଛା 300 ଟଙ୍କା ନେଉଛନ୍ତି ଯାହା ପାଇଁ ଗରିବ ଲୋକ ଟିଏ ନିଜେ ଖାଇ ପିଇ ବଞ୍ଚିବା ପାଇଁ ବାଧ୍ୟ ହୋଇ 300ଟଙ୍କା,ଦେଇ ଏକ ଲିଟର ଗ୍ୟାସ ଆଣୁଛି ।।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق