*ଅସହାୟ କୁ ସାହା ହଉଛି ରାଷ୍ଟ୍ରୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ*
ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଏକ ମାଗଣା ସ୍ୱାସ୍ଥ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ରୁ ଆସିଥିବା 43 ଜଣ ବିଶେଷ ଆବଶ୍ୟକ ଥିବା ପିଲା ଙ୍କୁ ଗଞ୍ଜାମ ଜିଲ୍ଲା ଡି ଇ ଆଇ ସି ରେ ସହାୟକ ବାହ୍ୟ ଉପ-କରଣ ଓ ଚଳନ କ୍ଷମ ହେବା ପାଇଁ ଯାନ୍ତ୍ରିକ ଉପକରଣ ଆଡ଼ଭାନ୍ସ ରିହେବିଲଟେସନ ସେଣ୍ଟର ସହାୟତା ରେ ବଣ୍ଟନ କରାଯାଇଛି. ଏହି କାର୍ଯ୍ୟକ୍ରମ କୁ ସି ଡି ମ ଓ ଡାକ୍ତର ଭବାନୀ ଶଙ୍କର ମିଶ୍ର ଙ୍କ ନିର୍ଦେଶ କ୍ରମେ ଫସିଓଥେରାପିସ୍ଟି ଶ୍ରୀ ଜଗତଜୟ ଶର୍ମା ପିଲା ମାନଙ୍କୁ ଉପକରଣ ଦେବାରେ ସହଯୋଗ କରିଥିଲେ. ଏବଂ ଶିଶୁରୋଗ ବିଶେଷାଜ୍ଞ ଡାକ୍ତର ବିଜୟ ପାଣିଗ୍ରାହୀ ଓ ଡାକ୍ତର ଆର ଜଗଦିଶ ଉପସ୍ଥିତ ରହି ପିଲାମାନଙ୍କ ଶୁଭକାମନା କରିଥିଲେ ସମସ୍ତ କାର୍ଯ୍ୟକ୍ରମ କୁ ଆର ବି ଏସ କେ ମ୍ୟାନେଜେର ସୁଶ୍ରୀ ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିଲେ. ଯାନ୍ତ୍ରିକ ଉପକରଣ ଗୁଡାକ ଶିଶୁ ମାନଙ୍କୁ ଆଗକୁ ଅନେକ ସାହାଯ୍ୟ ହେବ ବୋଲି ବହୁତ ଅଭିଭାବକ କହିବା ସହ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଆର ବି ଏସ କେ କାର୍ଯ୍ୟକ୍ରମ କୁ ଧନ୍ୟବାଦ ଜଣାଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق