BREAKING
Loading...
:

ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର

 ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର !#




 ସମଗ୍ର ରାଜ୍ୟରେ ଓଡିଶା ଗଠନ ର ପର୍ବ ଓଡିଶା ଦିବସ ପାଳନ ହେଉଥିବା ବେଳେ ରାଜ୍ୟରେ ଏମିତି ଅଗଣିତ ଉପାନ୍ତ ଅଞ୍ଚଳ ଅବସ୍ତିତ ଯେଉଁ ଠାରେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ବାସ୍ତବ ରେ ଏହା ଅତ୍ୟନ୍ତ ନିନ୍ଦନୀୟ ର ବିଷୟ।



ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଅନୁନ୍ୟତ ଆଦିବାସୀ ବସତି ଉପାନ୍ତ ଓ ଅପହଞ୍ଚ ଡ଼ଙ୍ଗାସିଲ ପଞ୍ଚଯାତର ନଗ୍ନ ଚିତ୍ର ସାମ୍ନା କୁ ଆସିଛି। ଗ୍ରାମ ପଣ୍ଡକା ପଦର, ଡ଼ଙ୍ଗାସିଲ, ବ୍ଲକ କାଶୀପୁର। ରାସ୍ତା ନାହିଁ, ବିଦ୍ୟାଳୟ ନାହିଁ, ପାନୀୟଜଳ ର ଘର ସଙ୍କଟ, ସ୍ୱାସ୍ଥ୍ୟ ବ୍ୟବସ୍ଥା ରୁ ବଞ୍ଚିତ। ମୂଖ୍ୟ ବିଷୟ ହେଲା PWD ମୁଖ୍ୟ ସଡ଼କ ଠାରୁ ମାତ୍ର ୨୦୦  ମିଟର ଦୂରରେ ପଣ୍ଡକା ପଦର ଗ୍ରାମବସତି, କିନ୍ତୁ ପ୍ରାୟ ୪ କିଲୋମିଟର ବିପଦ ସାଂକୁଳ ରାସ୍ତା ଦେଇ ଡ଼ଙ୍ଗାସିଲ କୁ ନିର୍ଭର କରନ୍ତିଲୋକେ। ଅଧ୍ୟୟନ ପାଇଁ ଶତାଧିକ କୁନି କୁନି ପିଲା ବିପଦ ସାଂକୁଳ ନଦୀ ପାର ହୋଇ ଡ଼ଙ୍ଗାସିଲ ଯାଇଥାନ୍ତି। ପ୍ରସବ ପୀଡ଼ିତା, ମହିଳା, ପୁରୁଷ, ଶିଶୁ, ବୟସ୍କ ରୋଗୀ ମାନେ  ବର୍ଷାକାଳେ ନାହିଁ ନ ଥିବା ସମସ୍ୟାର ପିଢା ଭାଗୁଛନ୍ତି। ଉଚିତ ସମୟ ରେ ଚିକିତ୍ସା ନ ପାଇ ଅନେକଙ୍କ ପ୍ରଣା ମଧ୍ୟ  ଚାଲିଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଲୋକଙ୍କ ଏହି ମୌଳିକ ସମସ୍ୟା ର ଆସୁସମାଧାନ ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଆକର୍ଷଣ କରୁ ଏବଂ ଯଥାଶୀଘ୍ର ଗ୍ରାମ ନିକଟ ନଦୀ ଠାରେ ଏକ ପୋଲ ଓ ସଡ଼କ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ନଚେତ ଅଞ୍ଚଳବାସୀ ରାଜରାସ୍ତାରେ ଅଲ୍ଲାଇବେ ବୋଲି ସରକାର ଓ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

ଅଞ୍ଚଳ ବାସୀଙ୍କ ମଧ୍ୟରୁ  ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଜିଲ୍ଲା ସମ୍ପାଦକ ଶ୍ରୀ ସଦନ ମାଝୀ, ଡ଼ଙ୍ଗାସିଲ ପଞ୍ଚାୟତ କଂଗ୍ରେସ ସଭାପତି କବିରାଜ ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS