ଅଧିକାରୀ ଓ ଯନ୍ତ୍ରୀଙ୍କୁ ଘେରିଲେ ମହିଳା
(ସିନାପାଲି), -: ସିନାପାଲି ବାହାଲପଡ଼ାରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଯାହାକୁନେଇପଡ଼ାବାସୀଙ୍କଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଧୁକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ସ୍ଥାନୀୟ ମହି ଳାମାନେ ଘେରାଉ କରିଥିଲେ । ପ୍ରକାଶ ଥାଉକି, ପାନୀୟଜଳ ସମସ୍ୟା ନେଇ ଗତ ୨୩ତାରିଖ ସ୍ଥାନୀୟ ମହିଳା ବ୍ଳକ ଘେରାଭ କରି ତୁରନ୍ତ ସମସ୍ୟା ସମାଧାନ ଦାବି କରିଥିଲେ। ଏନେକବିଭାଗୀୟ ଯନ୍ତ୍ରୀ ପହଞ୍ଚି ସପ୍ତାହକ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ନହେବାରୁ ସୋମବାର ବ୍ଳକ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁ ଣାଣି ଶିବିରକୁ ପହଞ୍ଚି ପଡ଼ାର ମହିଳାମାନେତୁରମ୍ଭ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଦାବି କରିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ଖୁବ୍ ଶୀଘ୍ର ପାନୀୟଜଳ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଖବର ଅନୁସାରେ ବର୍ଷେ ହେବ ବାହାଲପଡ଼ାରେପାନୀୟଜଳ ସମସ୍ୟା ଦେଖାଦେଇଛି। ଏଠାରେ ଥିବା ନଳକୂପ ମ ମରାମତି ଅଭାବରୁ ଅଚଳ ପଡ଼ିଛି।
ସେହି ପରି ପାଇପ ପାଣି ଯୋଗାଣ ମଧ୍ୟ ଦୀର୍ଘଦିନ ହେବ ବନ୍ଦପଡ଼ିଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧ କର୍ଣ୍ଣପାତ କରୁନାହାନ୍ତି। । ବିଭାଗୀୟ ଅଧୁକାରୀଙ୍କ ଅବହେଳା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମହିଳାମାନେ ଦାବି କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق