ଗଞ୍ଜାମ ଏନଏସି -ସୁଇପେରଙ୍କ ଆନ୍ଦୋଳନ, -ଆବର୍ଜନାରେ ଭରପୁର ଗଞ୍ଜାମ ସହର
ଗଞ୍ଜାମ ଏନଏସି ବାରଟି ୱାର୍ଡ ନେଇ ଗଠିତ ଗଞ୍ଜାମ ଏନଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ତିନି ଦିନରୁ ଉର୍ଦ୍ଧ ସଫେଇ କାର୍ଯ୍ୟ ବନ୍ଦ ହେବା ଗଞ୍ଜାମ ବାସୀଙ୍କୁ ଚିନ୍ତାରେ ପକାଇଛି l ସାନିଟାସନ ଏକ୍ସପୋଟ ଏନଏସିରେ କାର୍ଯ୍ୟରତ କିଛି ସୁଇପେରଙ୍କୁ କାର୍ଯ୍ୟରୁ ବାହାର କରିଦେବା ନେଇ ଉପୁଜିଛି ସମସ୍ୟା l କାହିଁକି କାମକୁ ଆସିବାକୁ ବାରଣ କରାଯାଇଛି ବୋଲି ଅନ୍ୟ ସୁଇପେର ମାନେ ପ୍ରଶ୍ନ କରିବା ସହ ଆନ୍ଦୋଳନକୁ ଓଲ୍ହାଇ ଥିବା ଜଣା ପଡିଛି l ସୁଇପେର ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ପ୍ରତ୍ୟାଖାନ କରି ଅଗସ୍ତି ନୁଆଁ ଗାଁ ର କିଛି ନୋଳିଆ ସମ୍ପ୍ରଦାୟ ମହିଳାଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲା ଏନଏସି ପ୍ରଶାସନ l ଉକ୍ତ ନୋଳିଆ ସମ୍ପ୍ରଦାୟର ମହିଳା ମାନେ ସହରରେ ସଫେଇ କରୁଥିବା ଖବର ପାଇ ଗଞ୍ଜାମ ଏନଏସିରେ ବର୍ଷ ବର୍ଷ ଧରି ସଫେଇ କରୁଥିବା ସଫେଇ ସୁଇପେର ମାନେ ସେଠାରେ ପହଂଚି ପ୍ରବଳ ହୋ ହଲ୍ଲା କରିଥିଲେ l ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା l ପରେ ଏନଏସି ସୁଇପେର ମାନେ ଏନଏସି ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା l ଏସମ୍ପର୍କରେ ଇଓ ଅପର୍ଣ୍ଣା ଡାଙ୍ଗୁଆ ପଚାରିବାରେ ସୁଇପେରଙ୍କ କାର୍ଯ୍ୟ ବନ୍ଦ ଘଟଣାକୁ ସ୍ୱୀକାର କରିବା ସହ ବର୍ତମାନ ବିଭିନ୍ନ ସାହିରେ ମା କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି l ସେହି କାରଣରୁ ଅନ୍ୟମାନଙ୍କୁ ସଫେଇ ପାଇଁ ନିୟୋଜିତ କରିଥିଲୁ ତଥାପି ଖୁବ ଶୀଘ୍ର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବୁ ବୋଲି ଇଓ ଡାଙ୍ଗୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗଞ୍ଜାମ ସହରର ଜଣେ ଠିକାଦାର ସମସ୍ୟା ସମାଧାନ ନକରି ବିଷ ମଞ୍ଜି ବୁଣିଥିବା ଆଲୋଚନା ହେଉଛି ସୁଇପେର କାର୍ଯ୍ୟରେ ଦଖଲ କରି ସାନିଟେସନ କାର୍ଯ୍ୟ ନିଜ ଅଧିନରେ ରଖିବା ମସୁଧା ଚଳାଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق