ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ ପାଳିତ
ରାୟଗଡ଼ ,
ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ୍ୟ ଏପ୍ରିଲ ପହିଲାରୁ ଚଉଦ ପର୍ଯ୍ୟନ୍ତ ପାଳିତ ହେଉଛି | ଓଡ଼ିଆ ପକ୍ଷର ଷଷ୍ଠ ଦିବସରେ ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ ଏବିଡିଓ କାଳୁଚରଣ ନାୟକଙ୍କ ଅଧ୍ୟକ୍ଷତାରେ କାମ୍ପ ମାଲିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି | ଗ୍ରାମ ପଞ୍ଚାୟତ ନିକଟସ୍ଥ ଅତି ପୁରାତନ ଶ୍ରୀ ମଲ୍ଲିକେଶ୍ଵର ହତା ପରିସର ଓ ତତ୍ ସଂଲଗ୍ନ ସତ୍ୟସାଇ ମନ୍ଦିର ପରିସରକୁ ସ୍ଵଚ୍ଛତା ଅଭିଯାନରେ ସାମିଲ କରାଯାଇଥିଲା | ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କାଳୁଚରଣ ନାୟକ ରାୟଗଡ଼ ପଞ୍ଚାୟତ ସମିତି କର୍ମକର୍ତ୍ତାଙ୍କ ସହ ସକାଳ ଆଠ ଘଟିକା ସମୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ମନ୍ଦିର ପରିସର ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ | ସରପଞ୍ଚ କବିତା ହୁଇକା, ଏବିଇଓ ଛବିଲାଲ ସିଂ, ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ ସଂଯୋଜକ ବିଖ୍ୟାତି କନ୍ଧପାଣି, ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ନିର୍ବାହୀ ଅଧିକାରୀ ପଲ୍ଲବୀ ପ୍ରିୟା ନାଥ, ସିଆରସିସି ସୌମ୍ୟା ପ୍ରିୟଦର୍ଶିନୀ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଶିକ୍ଷା, କୃଷି, ମୃତ୍ତିକା ସଂରକ୍ଷଣ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ଆଦି ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ | ସେହିପରି ରାୟଗଡ଼ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ସ୍ଵଚ୍ଛ ଓଡିଶା ଦିବସ ପାଳିତ ହୋଇଥିଲା | ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق