BREAKING
Loading...
:

ଦଶହରା ପେଣ୍ଡାଲରେ ନିଶାମୁକ୍ତ ଅଭିଯାନର ବାର୍ତ୍ତା ବାଣ୍ଟିଲେ ଏଏସଆଇ ଶାହା ଆଲାମ ଖାଁ

 ଦଶହରା ପେଣ୍ଡାଲରେ ନିଶାମୁକ୍ତ ଅଭିଯାନର ବାର୍ତ୍ତା ବାଣ୍ଟିଲେ ଏଏସଆଇ ଶାହା ଆଲାମ ଖାଁ 


ଗଣିଆ (ମଣିଭଦ୍ରା ଖବର) ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇପଡିଛି ଗଣିଆ । ଦୁଇ ଦିନ ଧରି ଗଣିଆ ବଜାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରୀପ୍ରେକ୍ଷୀରେ ଗଣିଆ ଥାନା ତରଫରୁ ନିଶାମୁକ୍ତ ଅଭିଯାନର ବାର୍ତ୍ତା ପ୍ରଦାନ କରାଯାଇଛି । ପୂଜା ପେଣ୍ଡାଲରେ ଥାନା ଏଏସଆଇ ଶାହା ଆଲାମ ଖାଁ , କନେଷ୍ଟବଳଙ୍କ ସହିତ ଉପସ୍ଥିତ ରହି ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ସମସ୍ତ ଜନସାଧାରଣ ନିଶା ଠାରୁ ଦୂରରେ ରହିବାକୁ ସେ ସତର୍କ କରିଥିଲେ । ଥାନା କର୍ମଚାରୀ ମାନେ ବ୍ୟାନର ଧରି ବଜାର ପରିକ୍ରମା କରିବା ସହିତ ବଜାର ସମ୍ପାଦକ ପ୍ରଭାତ କୁମାର ଦାଶଙ୍କ ସହିତ ଆଲୋଚନା କରିଥିଲେ । 


ତେବେ ଏଏସଆଇ ଶାହା ଆଲାମ ଖାଁ ଜଣେ ମୁସଲିମ୍ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପୂଜା ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଭଜନ "ଜନମି ଥିଲି ମୁଁ ଶ୍ରୀ ଗୁଣ୍ଡିଚା ଦିନ,ମରନ୍ତିକି ବାହୁଡାରେ" ସଙ୍ଗୀତ ଗାନ କରି ଉପସ୍ଥିତ ଜନସାଧାରଣଙ୍କ ହୃଦୟକୁ ଛୁଇଁ ପାରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS