ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆସିଛି ଏକା ଯିବି ମୁଁ ଏକା ସାମାଜିକ ନାଟକ ମଞ୍ଚସ୍ଥ
ଦଶପଲ୍ଲା :- ଦଶପଲ୍ଲା ଏନ୍.ଏ.ସି ଅନ୍ତର୍ଗତ ଦୁର୍ଗାବଜାର ଠାରେ ଦୁର୍ଗାପୂଜା ଉପଲକ୍ଷେ, ଦୁର୍ଗାବଜାର ବଣିକ ସଂଘ ଆନୁକୂଲ୍ୟରେ ଆସିଛି ଏକା ଯିବି ମୁଁ ଏକା ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୁର୍ଗାବଜାର ବଣିକ ସଂଘର ସଭାପତି ସନୋଜ କୁମାର ସାହୁ, ମୁଖ୍ୟବକ୍ତା ଭାବେ ତ୍ରିନାଥ ସାହୁ, ସମ୍ମାନିତ ଅତିଥି ଭାବେ ଉପସଭାପତି ରତନ କୁମାର ସାହୁ, ସମ୍ପାଦକ ଶିବ ପ୍ରସାଦ ସରାବ, ସହ ସମ୍ପାଦକ ଅଜୟ କୁମାର ପୃଷ୍ଟି, କୋଷାଧକ୍ଷ ମହାବୀର ବେହେରା, କମିଟିର ଅକୁର ସାହୁ, ଗିରିଶ କୁମାର ସାହୁ ଉପସ୍ଥିତ ଥିଲେ। ସଂଘର ଦିଲ୍ଲୀପ କୁମାର ମହାଳିକ ସଭା ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ନିର୍ଦ୍ଦେଶନା ଦେଇଥିଲେ ତ୍ରିନାଥ ସାହୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି କୁମାର। ଏହି ନାଟକରେ ପିଣ୍ଟୁ, ସନୋଜ, ଦିଲ୍ଲୀପ, ଗଗନ, ସନ୍ତୋଷ, ବାପିନା, ସୁନୁ, ଟୁକୁନା, ଟିକିନା, ଦିପୁନା, ଶ୍ରୀଧର ଓ ଚନ୍ଦନ ପ୍ରମୁଖ ଅଭିନୟ କରିଥିଲେ। ଏହି ଉତ୍ସବରେ ୨୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق