BREAKING
Loading...
:

କାର ଓ ବାଇକ ମୁହାଁମୁହିଁ ଧକ୍କା ଜଣେ ଗୁରୁତର, ଦୁଇ ଆହତ

 କାର ଓ ବାଇକ ମୁହାଁମୁହିଁ ଧକ୍କା 


ଜଣେ ଗୁରୁତର, ଦୁଇ ଆହତ 



(ଲାଞ୍ଜିଗଡ), -:ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ ଥାନା ଛତ୍ରପୁର ପଞ୍ଚାୟତ ଟାଙ୍ଗନକଣା ଛକ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛିIଏମାନେ ହେଲେ ଲାଞ୍ଜିଗଡ ଥାନା ଛତ୍ରପୁର ପଞ୍ଚାୟତର ହରେକୃଷ୍ଣପୁର ଗ୍ରାମର ରମେଶ ମାଝୀ (୨୩), ବିଶ୍ୱନାଥପୁର ଥାନା ପନ୍ଧପାରି ପଞ୍ଚାୟତର ରାଜେନ୍ଦ୍ରପୁର ଗ୍ରାମର ହେମନ୍ତ ମାଝୀ (୨୯) ଏବଂ ତରୁଣ ମାଝୀ (୨୩) ଅଟେ I ସୂଚନାନୁସାରେ  ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଭାଟଗୁଡା ଠାରୁ ଲାଞ୍ଜିଗଡ ଆଡକୁ ଏକ ମାରୁତି କାର ନଂ (ଓଡି ୦୩-ଏସି-୨୭୪୪) ଆସୁଥିବା ସମୟରେ ଲାଞ୍ଜିଗଡ଼ ଠାରୁ ହରେକୃଷ୍ଣପୁର ଗ୍ରାମକୁ ଏକ ନୂଆ କେଟିଏମ ବାଇକରେ ତିନିଜଣ ବସି ଦ୍ରୁତଗତିରେ ଯାଉଥିବା ସମୟରେ ସାମ୍ନାରେ ଆସୁଥିବା ମାରୁତି କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନିଜଣ ଯାକ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ଛିଟିକି ପଡିଥିଲେ I ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଲାଞ୍ଜିଗଡ ପୋଲିସକୁ ଫୋନ କରି ଜଣାଇଥିଲେ I ଖବରପାଇ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏସଆଇ ଡୋଳା ମଣି ବିଶି, ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଇଥିଲେ I ଡାକ୍ତରଖାନାରେ ତିନିଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ରମେଶ ମାଝୀଙ୍କ ଅବସ୍ଥା ଗୁରୁତର ଦେଖି ତାଙ୍କୁ  ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳା୍ୟକୁ ସ୍ଥାନାନ୍ତରିତ କରିଥିଲେ I ଦୁର୍ଘଟଣାରେ କାରର ସମ୍ମୁଖ ଭାଗ କ୍ଷତି ହୋଇଥିବା ବେଳେ ସାମ୍ନା କାଚ ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ବାଇକ ମଧ୍ୟ ଭାଙ୍ଗି ଯାଇଥିବା ସୂଚନା Iଉଭୟ କାର ଓ ବାଇକକୁ ପୋଲିସ ଜବତ କରି ଥାନାକୁ ଆଣିଥିବା ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS