BREAKING
Loading...
:

ସମ୍ବଲପୁର ଇତିହାସରେ ପ୍ରଥମ ଜାତୀୟ ପିକଲବଲ୍ ଟୁର୍ଣ୍ଣାମେଣ୍ଟ

 ସମ୍ବଲପୁର ଇତିହାସରେ ପ୍ରଥମ ଜାତୀୟ ପିକଲବଲ୍ ଟୁର୍ଣ୍ଣାମେଣ୍ଟ 



ସମ୍ବଲପୁର:-


ସମ୍ବଲପୁର କ୍ରୀଡା ଇତିହାସରେ ଯୋଡିହେଲା ପିକଲ ବଲ୍ ଟୁର୍ଣ୍ଣାମେଣ୍ଟ। ପ୍ରଚାର ପ୍ରସାର ବିନା  ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ପିକଲ ବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ସହରର ସିଟି ଷ୍ଟେସନ୍ ନିକଟରେ ଅବସ୍ଥିତ ଦ ଡ୍ୟୁସ୍ ରାକେଟ୍ କ୍ଲବରେ ଏହି ଦୁଇ ଦିନିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସାରା ଦେଶରେ ଏହି ଖେଳରେ ସମ୍ବଲପୁର ଦେଖାଇଛି ନିଜର ଉପସ୍ଥିତି। କ୍ଲବ୍ ମୁଖ୍ୟ ସ୍ୱୀକୃତି ଦାଶଙ୍କ ପରିଚାଳନାରେ ଏବଂ ପିପିଆର ସ୍ୱୀକୃତିପ୍ରାପ୍ତ ପିକଲ ବଲ୍ କୋଚ୍ ସୁମୀତ ପଣ୍ଡାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସମଗ୍ର ଦେଶର ପ୍ରାୟ ୬୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଅଣ୍ଡର-୧୨ ସିଙ୍ଗଲ୍ସରେ ରିତିକ ମେହେର, ପୁରୁଷ ଓପନ୍ ସିଙ୍ଗଲ୍ସରେ ଆଦିତ୍ୟ ଶତପଥୀ, ପୁରୁଷ ଡବଲ୍ସରେ ସୁମୀତ ପଣ୍ଡା ଓ ଯଶରାଜ ନାୟକ, ମହିଳା ସିଙ୍ଗଲ୍ସରେ ଆୟୁଷୀ ରାୟ, ଭେଟେରାନ୍ ସିଙ୍ଗଲ୍ସରେ ସନ୍ତୋଷ ଜେନା, ଭେଟେରାନ୍ ଡବଲ୍ସରେ ଉଦୀପ ଦାସ ଓ ସନ୍ତୋଷ ଜେନା ଓ ଓପନ୍ ମିକ୍ସ ଡବଲ୍ସରେ ଅଂଶୁମାନ ବାବୁ ଓ ବେଦିକା ଦାଶ ବିଜୟୀ  ହୋଇଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଦିଲ୍ଲୀରୁ ଆସିଥିବା ଦିଲୀପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିକଲ ବଲ୍ ଖେଳର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟର ପରିଚାଳନା ନିର୍ଦ୍ଦେଶିକା ତଥା ଅଞ୍ଚଳର ସୁପ୍ରସିଦ୍ଧା ସମାଜସେବୀ ଶ୍ରୀମତୀ ସୁସ୍ମିତା ପଣ୍ଡା ବିଜେତା ଓ ଅଂଶଗ୍ରାହୀମାନଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରି କହିଥିଲେ ଯେ ସମ୍ବଲପୁରରେ ପିକଲ ବଲ୍ ଖେଳର ଏହି ପ୍ରଥମ ପ୍ରୟାସ ସହରର କ୍ରୀଡ଼ା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟହୋଇ ରହିବ। ପିକଲ ବଲ୍ ପାଇଁ ସମ୍ବଲପୁରର ଗୌରବ ସୁମିତ ପଣ୍ଡା ଓ ସ୍ୱୀକୃତି ଏହାର ମୁଖ୍ୟ ପରିଚାଳନା କରିଥିବା ବେଳେ ଜାତୀୟ କ୍ରୀଡ଼ାବିତ ଅଂଶୁମାନ ବାବୁଙ୍କ ଭଳି ବହୁ ନାମକରା ଖେଳାଳୀଙ୍କ ସହିତ ଉଦୀୟମାନ କ୍ରୀଡା ପ୍ରତିଭା ମାନେ ଏଥିରେ ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS