*ମହୋତ୍ସବ ର ନଅ ଦିନ ପରେ ବି ଅପରିଷ୍କାର ହୋଇ ପଡ଼ିରହିଛି ରାସୋଳ ର ଏକମାତ୍ର ଖେଳ ପଡିଆ।*
*ଅସନ୍ତୁଷ୍ଟ ଯୁବ ଗୋଷ୍ଠୀ ଜଣାଇଲେ କ୍ଷୋଭ* ।
*ରାସୋଳ ମହୋତ୍ସବର ଆୟୋଜକ ଅନୁଷ୍ଠାନ ରାସୋଳ ବିକାଶ ପରିଷଦ ର ନାହିଁ ନିଘା।*
*ସରକାର ଙ୍କର ସ୍ବଛତା ଅଭିଯାନ କୁ ଫୁ କରି ଉଡ଼େଇ ଦେଲା କି ଆୟୋଜକ ଅନୁଷ୍ଠାନ।*
*ତୁରନ୍ତ ପଡିଆ ସଫା କରିବାକୁ ଦାବି ରଖିଲେଣି ରାସୋଳ ଗାଁ ର ଯୁବଗୋଷ୍ଠୀ* ।
ରାସୋଳ, ହିନ୍ଦୋଳ, ଢେଙ୍କାନାଳ
ଚଳିତ ବର୍ଷ ଏପ୍ରିଲ ମାସ ୧୪ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକବିଂଶ ତମ ରାସୋଳ ମହୋତ୍ସବ ବହୁ ଜାକଜମକ ରେ ସମାପନ ହୋଇଥିବା ବେଳେ ବହୁ ନେତା ମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ର ଆଗମନ ରେ,ହଜାର ହଜାର ଆବାଳବୃଦ୍ଧବନିତା,ଶହ ଶହ ଦୋକାନ ବଜାର ସତେ ଯେମିତି ରାସୋଳ ର ଏକମାତ୍ର ଖେଳ ପଡିଆ ଓରଫ ହାଟ ପଡ଼ିଆ ଆଜିକାଲି ର ମହୋତ୍ସବ ପଡିଆ କୁ ଦେଖିଲେ ଯେମିତି ଲାଗୁଛି କରିଛନ୍ତି ମନଭରି ବଳାତ୍କାର। ମହୋତ୍ସବ ସରିବାର ନଅ ଦିନ ପରେ ବି ଯୁଆଡେ ଦେଖିବ ପଡିଆ ରେ ପଡ଼ିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା,ଖଲି,ଚଉପତୀ,କାଗଜ ଖୋଳ,କାଚ ଖଣ୍ଡ ଆଉ ତା ଉପରେ କୁକୁର ମଳ।ପଡିଆ ନୁହେଁ ତ ସତେ ଯେମିତି ପାଲଟିଛି ଏକ ନର୍କ କୁଣ୍ଡ।ବାହାଘର ପରେ ବେଦୀ ମୁହଁ ପୋଡ଼ା ଭଳି ଆୟୋଜକ ଅନୁଷ୍ଠାନ ରାସୋଳ ବିକାଶ ପରିଷଦ ମହୋତ୍ସବ ଆୟୋଜନ କରି ନେତା ମନ୍ତ୍ରୀ ପୁଞ୍ଜିପତି ଏପରିକି ପଡ଼ିଆରେ ପଡ଼ିଥିବା ଉଠା ଦୋକାନୀ ମାନଙ୍କ ଠାରୁ ଟଙ୍କା ଆଦାୟ କରି ମାଲା ମାଲ ହୋଇ ଥିବା ବେଳେ ରାସୋଳ ଯୁବଗୋଷ୍ଠୀ ମାନଙ୍କର ପ୍ରାଣ କେନ୍ଦ୍ର ବିନ୍ଦୁ ସାଜିଥିଵା ରାସୋଳ ହାଟ ପଡ଼ିଆ ପ୍ରତି କରିଛି ଅଣଦେଖା,ମନରେ ଆଣୁ ନାହିଁ ପଡିଆ ପରିଷ୍କାର କରିବାର ବିଚାର।ଏହି ପଡିଆ ରେ ସପ୍ତାହ ରେ ଦୁଇ ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ପ୍ରତିଦିନ ସକାଳେ ଓ ଅପରାହ୍ନ ରେ ଛୋଟ ପିଲା ମାନଙ୍କ ଠୁ ଆରମ୍ଭ କରି ବଡ଼ ପିଲା ମାନେ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ,ଖେଳ କସରତ କରିବା ପାଇଁ ଆସିଥାନ୍ତି।ତେବେ ଏଭଳି ଅସ୍ବାସ୍ଥ୍ୟକର,ଅସ୍ବଛ ପରିବେଶ ପାଇଁ ଦୁଇ ଜଣ ପିଲାଙ୍କର ଗୋଡ଼ କାଚ ଖଣ୍ଡ ବାଜି ଆଘାତ ପ୍ରାପ୍ତ ହେବା ପରେ ଅସନ୍ତୁଷ୍ଟ ଯୂବଗୋଷ୍ଠି ଜଣାଇଛନ୍ତି ନିଜର କ୍ଷୋଭ।
ଆୟୋଜକ ଅନୁଷ୍ଠାନର ସଭାପତି,ସମ୍ପାଦକ ଙ୍କୁ ଯୁବଗୋଷ୍ଠୀ ଙ୍କ ତରଫରୁ ପଡିଆ କୁ ସଫା କରିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଟାଳଟୁଳ ଉତ୍ତର ସାଙ୍ଗକୁ ପରିଷ୍କାର କରାଯିବ କିନ୍ତୁ କେବେ କରାଯିବ ତାହା ନକହି କାଳକ୍ଷେପଣ ନୀତି ଅବଲମ୍ବନ କରିବା ଅତି ଅଶୋଭନୀୟ,ଦୁଃଖ ଏବଂ ପରିତାପର ବିଷୟ। ତେବେ ଯଥାଶୀଘ୍ର ଆୟୋଜକ ଅନୁଷ୍ଠାନ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି।
ପ୍ରକାଶ ଥାଉକି ରାସୋଳ ରେ ଏହି ହାଟ ପଡ଼ିଆ ଏକମାତ୍ର ଖେଳ ପଡିଆ ହୋଇଥିଲେ ମଧ୍ୟ ଖେଳ ପଡିଆ ର ଉନ୍ନତି କରଣ ଦିଗରେ ଚିନ୍ତାକରିବା ସହିତ ପଡିଆ ସଂପ୍ରସାରଣ,ଆଲୋକୀକରଣ,
ଦର୍ଶକ ବସିବା ପାଇଁ ବ୍ୟବସ୍ଥା,ଜଳ ର ସୁବିଧା ପୂର୍ବକ ମିନି ଷ୍ଟାଡିୟମରେ ରେ ରୁପାନ୍ତରିତ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଙ୍କର ଏଥିପ୍ରତି ଉଦାସୀନ ମନୋଭାବ ରାସୋଳ ଯୁବ ଗୋଷ୍ଠୀ ଙ୍କୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ କରିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق