BREAKING
Loading...
:

ଆରମ୍ଭ ହେଲା ବାଙ୍କୀ ତ୍ରିଶୂଳିଆ ରାସ୍ତାକାମ, ଚର୍ଚ୍ଚାରେ ଦୁଇ ସମାଜସେବୀ

 ଆରମ୍ଭ ହେଲା ବାଙ୍କୀ ତ୍ରିଶୂଳିଆ ରାସ୍ତାକାମ, ଚର୍ଚ୍ଚାରେ  ଦୁଇ ସମାଜସେବୀ 




ବାଙ୍କୀ ,୨୦/୪ (ମାନସ ରଞ୍ଜନ ସାହୁ ):ବହୁଦିନ ଧରି ବାଙ୍କୀ-କଟକ ମୁଖ୍ୟରାସ୍ତାର ଖାଲଖମାରେ ନଷ୍ଟ ହୋଇଥିବାରୁ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲା । ବହୁ ପ୍ରତିକ୍ଷା ପରେ ଏହି ରାସ୍ତାର ନବିକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ରାସ୍ତା  ଦେଇ ବାଙ୍କୀ , ତିଗିରିଆ, ବଡମ୍ବା, ନରସିଂହପୁରା, ଢ଼େଙ୍କାନାଳ, କଟକ ଏବଂ ଭୁବନେଶ୍ୱରକୁ ସଂଯୋଗ କରିବାର ଏକ ପ୍ରମୁଖ ଯାତାୟତର ବାଟ ଅଟେ । ଏହି ରାସ୍ତା ଦୀର୍ଘ ଦିନ ହେଲା ମରାମତି କିମ୍ବା ନବିକରଣ ନହେବା ଯୋଗୁଁ ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହ ଦୁର୍ଘଟଣାର କାରଣ ପାଲଟିଥିଲା । ଗତ ୨ବର୍ଷ ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଘଟିଥିବା ବେଳେ ଆପାତତଃ ୨୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଥିବାର ଜଣାପଡିଛି । ଅନ୍ୟପଟେ ରାସ୍ତାଟି ବାଙ୍କୀ ରୁ ତ୍ରିଶୁଳିଆ ସଂଯୋଗ ହୋଇଥିବା ବେଳେ ଏହା ଡମପଡ଼ା ଚନ୍ଦକା ଅଭୟାରଣ୍ୟ କଡରେ ଅବସ୍ଥିତ । ଅନେକ ସମୟରେ ବନ୍ୟଜନ୍ତୁ ଏବଂ ଗାଈଗୋରୁ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ରାସ୍ତାଟି ଶୋଚନୀୟ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, ବିଭିନ୍ନ ପଦପଦବୀରେ ଥିବା ଅଫିସର, ରାସ୍ତାର ଦୂରାବସ୍ଥା ପ୍ରତି ନଜର ଦେଉନଥିଲେ ।  ରାସ୍ତାର ପୁନଃ ଉଦ୍ଧାର ପାଇଁ ବାଙ୍କୀ ଅଞ୍ଚଳର ଯୁବକଙ୍କ  ପରିଶ୍ରମ ହେତୁ ଏହା ସମ୍ଭବପର ହୋଇପାରିଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ସ୍ଥାନୀୟ ଅଂଚଳର୨ ଜଣ ଯୁବକ ଆଶିଷ କୁମାର ମହାପାତ୍ର ଓ ଅବିନାଶ ପଟ୍ଟନାୟକ ଏହାକୁ  ସୋସିଆଲ୍ ମିଡିଆରେ  ରାଜ୍ୟ ସରକାର ଏବଂ ବିଭାଗକୁ ସମାଲୋଚନା କରି ତ୍ୱରିତ କାର୍ଯ୍ୟ କରିବା ପାଇଁ ବାରମ୍ବାର ଦାବି ରଖିଥିବା ଦେଖାଯାଇଥିଲା । ଦୀର୍ଘ ଦିନର ଦାବି ସହ ବିଭିନ୍ନ ଅଧିକାରୀ ଓ ପ୍ରତିନିଧିମାନଙ୍କୁ ପତ୍ରଲେଖି ରାସ୍ତାଟିର ଗୁରୁତ୍ୱ ଦୃଷ୍ଟିରେ ରଖି  ତତ୍କାଳନୀ କରିବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ସେହିପରି ସ୍ଥାନୀୟ ଅଂଚଳର ଯୁବସମାଜସେବୀ ଅବିନାଶ ପଟ୍ଟନାୟକ ଗତ କିଛି ମାସ ତଳେ ପୂର୍ତ୍ତବିଭାଗ ମନ୍ତ୍ରୀଙ୍କୁ ସାକ୍ଷାତ କରି ରାସ୍ତାର ଗୁରୁତ୍ୱ ଦେବା ପାଇଁ ଗଣମାଧ୍ୟମ ସମ୍ନାରେ ପ୍ରକାଶ କରିଥିଲେ । ଏ ସଂକ୍ରାନ୍ତରେ ସେମାନେ ପ୍ରତିକ୍ରିୟା ରଖିଛନ୍ତି । 

୧.ଆଶିଷ କୁମାର ସାହୁ- ରାସ୍ତାଟି ଦୀର୍ଘ ଦିନ ଖରାପ ଥିଲେ ମଧ୍ୟ କାହାର ଦୃଷ୍ଟି ନପଡିବା ବ୍ୟଥିତ କରିଥିଲା । ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଦୃଢ଼ତାର ସହ ବଭିନ୍ନ ପ୍ଲାଟଫର୍ମରେ ସ୍ୱର ଉତ୍ତୋଳନ କରିଥିଲେ ।  ରାଜ୍ୟ ସରକାର , ପୂର୍ତ୍ତବିଭାଗ ଏବଂ ବାଙ୍କୀର ସଚେତନ ନାଗରିକ ଏବଂ ନେତାମାନଙ୍କୁ ଧନ୍ୟବାଦ ଦେଉଛି ।

୨. ଅବିନାଶ ପଟ୍ଟନାୟକ- ବାଙ୍କୀ ତ୍ରିଶୁଳିଆ ମୋ ନଜରକୁ ଆସିବା ପରେ ମୁଁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲି । ପୂର୍ତ୍ତବିଭାଗର ମାନ୍ୟବର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ସହ ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ଥିଲେ । ବାଙ୍କୀ ମାଟିର ସେବା କରିବା ପାଇଁ ଆମେ ସବୁ ଏକଜୁଟ ହେବା ପାଇଁ ଆବଶ୍ୟକ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS