ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଂଚଳରୁ ପ୍ଲଟ ବ୍ୟବସାୟିଙ୍କୁ ଅପହରଣ।ସନ୍ଧ୍ୟା ସମୟରେ ଗୋପାଳପୁର ଥାନା ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ସୁଧୀର ପାତ୍ର ସନ୍ଧ୍ୟାରେ ଭଲିବଲ୍ ଖେଳି ଶ୍ୱଶୁର ଘର ଡୁରା ଗ୍ରାମକୁ ଫେରୁଥିବା ସମୟରେ ନିକଟସ୍ଥ ଡିଫେନ୍ସ କଲୋନି ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ କାର ଗାଡ଼ିରେ ଉଠାଇ ନେଇଯାଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସୁଧୀରଙ୍କ ବାଇକ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି l ସୁଧୀର ପାତ୍ର ବାଲୁଗାଁ, ନାଚୁଣୀ ଓ ଖଲିକୋଟ ଅଂଚଳରେ ପ୍ଲଟ ବ୍ୟବସାୟ କରୁଥିଲେ। ତାଙ୍କୁ ଅପହରଣ ପଛରେ ବଡ଼ ଧରଣର ଜମି କିଣାବିକା ଡିଲ ରହିଥିବା ନେଇ ସନ୍ଦେହ କରାଯାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق