ପତନୀରେ 'ଆମ ଗାଁ ରାବଣ ପୋଡି' ଉତ୍ସବ :
ବାଙ୍କୀ , 10/3(ମାନସ ରଞ୍ଜନ ସାହୁ ): ବାଙ୍କୀ ବ୍ଲକ ଅନ୍ତର୍ଗତ ପତନୀ ଗ୍ରାମରେ ପବିତ୍ର ଶ୍ରୀରାମ ନବମୀଠାରୁ ଗ୍ରାମବାସୀଙ୍କ ପକ୍ଷରୁ ଅନଙ୍ଗ ନରେନ୍ଦ୍ର ରଚିତ ରାମଲୀଳା ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ 90 ବର୍ଷରେ ରାମଲୀଳା ପଦାର୍ପଣ କରିଥିବାବେଳେ ଶୁକ୍ରବାର ସଂଧ୍ୟା ରେ ରାମେଶ୍ୱର ୟୁଥ କ୍ଳବ ପକ୍ଷରୁ କଳାକାର ସମ୍ବର୍ଦ୍ଧନା ଏବଂ ଆମ ଗାଁ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପତନୀ ଗାଁ ଦେଶ ସଭାପତି ଗୋକୁଳାନନ୍ଦ ସାହୁ ଅନୁଷ୍ଠାନର ଦୀର୍ଘ୍ 90 ବର୍ଷ ର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ରାଜୀବ ଲୋଚନ ସାହୁ ମଞ୍ଚ ପରିଚାଳନା ଏବଂ କ୍ଳବର କୋଷାଧକ୍ଷ ପ୍ରହଲ୍ଲାଦ ସାହୁ ବିବରଣୀ ପାଠ କରିଥିଲେ. ମୁଖ୍ୟ ଅତିଥି ଭାବେ ମହାଲେଖାକାର କାର୍ଯ୍ୟାଳୟର ସିନିୟର ଆକାଉଣ୍ଟ ସ ଅଫିସର ସୁଦର୍ଶନ ସାହୁ ଗାଁର ଶିକ୍ଷାର ଉର୍ନତି ନିମନ୍ତେ କୁନି ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ. ସମ୍ମାନିତ ଅତିଥିଭାବେ ପୂର୍ବତନ ଗ୍ରାମ୍ୟ ସଭାପତି ବ୍ରଜବନ୍ଧୁ ସାହୁ, ବରିଷ୍ଠ କଳାକାର ପ୍ରଫୁଲ ସାହୁ, ବୁଦ୍ଧିଜୀବୀ ଦାମୋଦର ସାହୁ, ଗାୟକ ବେଣୁଧର ବେହେରା, ରାବଣ ପ୍ରତିମୂର୍ତ୍ତି ପରିଚାଳନା ମୁଖ୍ୟ ପଞ୍ଚାନନ ସାହୁ ପ୍ରମୁଖ ଯୋଗଦେଇ ଯୁବ କଳାକାରମାନେ ଅନୁଷ୍ଠାନରେ ଯୋଗଦେବା ପାଇଁ ଆହ୍ବାନ ଦେଇଥିଲେ । ବରିଷ୍ଠ କଳାକାର ବନମାଳୀ ସାହୁ, ଶୁଶାନ୍ତ କୁମାର ସାହୁ, ଡମ୍ବରୁ ସାହୁ, ଶୁରେଶ କୁମାର ସାହୁ, ଜଳଧର ସାହୁ, ପ୍ରସନ୍ନ କୁମାର ସାହୁ, ପ୍ରକାଶ ବେହେରା, ସୁଦାମ ପଲେଇ, ଗୁରୁବାରୀ ସାହୁ, ଲକ୍ଷ୍ମୀଧର ସାହୁ, ପ୍ରେମାନନ୍ଦ ସାହୁ, ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.। ଗାଁର ଯୁବ କଳାକାରମାନେ ବରିଷ୍ଠ କଳାକାରମାନଙ୍କ ମାର୍ଗ ଦର୍ଶନରେ ନିଖୁଣ ଭାବେ ଅଭିନୟ ପରିବେଷଣ କରୁଛନ୍ତି, ଯାହାକି ପତନୀ ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଜନସାଧାରଣଙ୍କୁ ଆକର୍ଷିତ କରୁଛି । ଏହି ରାବଣ ପୋଡି ସମ୍ବର୍ଦ୍ଧିତ ଉତ୍ସବ କୁ ରାମେଶ୍ୱର କ୍ଳବର ସଦସ୍ୟ ଶୁରେଶ କୁମାର ସାହୁ, ଅଶୋକ କୁମାର ସାହୁ, ଅମରେଶ ସାହୁ, ପ୍ରକାଶ କୁମାର ସାହୁ, ରବୀନ୍ଦ୍ର କୁମାର ସାହୁ, ଆନନ୍ଦ କୁମାର ସାହୁ, ବିଜୟ କୁମାର ସାହୁଙ୍କ ସମେତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି କ୍ରମରେ ଗାଁ ର କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق