BREAKING
Loading...
:

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଗଣିଆ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍

 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଗଣିଆ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଗଣିଆ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ତତ୍ବାବଧାନରେ ଏହି ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ନିଆଁ ଲାଗିବା ସମୟରେ କିପରି ନିଆଁକୁ ଆୟତ କରିବେ ସେଥିପାଇଁ ସମସ୍ତ କୈଶଳ ଛାତ୍ର ଛାତ୍ରୀ ମାନଙ୍କୁ ଶିଖାଇବା ସହିତ  ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଘଟୁଥିବା ବନ୍ୟା ବାତ୍ୟା ପରିସ୍ଥିତିରୁ ପୀଡିତ ଜନସାଧାରଣଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଅଗ୍ନିଶମ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟ ପଡିଆରେ ଖେଳୁଥିବା ସମୟରେ ଯଦି ଜଣେ ସାଙ୍ଗଟି ପଡ଼ି ଗୋଡହାତ ଭାଙ୍ଗି ଯାଏ ତେବେ ତାକୁ କିଭଳି ଛାତ୍ର ଛାତ୍ରୀ ମାନେ ନିଜେ ଉଦ୍ଧାର କରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ମକଡ୍ରିଲ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ରତ୍ନାକର ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ  ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS