ନୟାଗଡରେ ୨୦ ତାରିଖରୁ ୨୩ ତାରିଖ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ଗଣିଆ ୧୯/୦୪(ମଣିଭଦ୍ରା ଖବର) ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଆହୁରି ୪ ଦିନ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାର ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ତେବେ ରବିବାର ନୟାଗଡ ଜିଲ୍ଲାପାଳ ମଧୁମିତା ରଥ ବିଦ୍ୟାଳୟ ସମୟରେ ପରିବର୍ତ୍ତନ କରି ସକାଳ ୬.୩୦ ମିନିଟରୁ ଆରମ୍ଭ ହୋଇ ୯.୩୦ ମିନିଟ ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ବିଦ୍ୟାଳୟ ଛୁଟି କରିବାକୁ ଅଭିଭାବକ ମାନେ ଦାବି କରିଥିଲେ । ତେଣୁ ଗ୍ରୀଷ୍ମପ୍ରବାହ ପାଇଁ ନୟାଗଡ଼ରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।
ଆସନ୍ତା କାଲି ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ନୟାଗଡ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏ ନେଇ ସକାଳେ ମଣିଭଦ୍ରା ଖବରରେ ଆମେ ପ୍ରଥମେ ଖବର ପରିବେଷଣ କରିଥିଲୁ ।
ମଣିଭଦ୍ରା ଖବର


إرسال تعليق