BREAKING
Loading...
:

ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

 ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ



ସମ୍ବଲପୁର/ବରପାଲି:-


ବରପାଲି ଥାନା ଅଞ୍ଚଳରେ ବରପାଲି ପୋଲିସ ଏକ ବଡ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୬ ଜଣ ଯୁଆଡ଼ିଙ୍କୁ ଗିରଫ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ବରପାଲି ପୋଲିସ ଆଇଆଇସି ପ୍ରମୋଦ କୁମାର ସାହୁଙ୍କ ନିର୍ଦ୍ଦେଶରେ ବରପାଲି ପୋଲିସ ବରମକେଲା -  ଗ୍ରୀନଡୋଳା ଜଙ୍ଗଲରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୬ ଜଣ ଯୁଆଡିଙ୍କୁ ଗିରଫ କରିଛି। ସେମାନେ ହେଲେ ସଦାଶିବ ମେହେର (ଜାମଦୋଲ୍), କ୍ଷିରୋଦ୍ର ବାଗ (ବରମ୍‌କେଲା), ଉପେନ୍ଦ୍ର ରଣା (ଡଲବି), ପ୍ରଦୀପ ଝାଙ୍କର (ସହରାପାଲି), ଗୋପାଳକୃଷ୍ଣ ସାହୁ (ଗ୍ରୀନ୍‌ଡୋଲା),  ହେମବନ୍ତ ଗରିଆ (ଲିମ୍ ଟିକ୍ରା), ନିର୍ମଳ ପ୍ରଧାନ (ବରମକେଲା), ମନବୋଧ ନାଗ (ଖଣ୍ଡହତା), ଲମ୍ବୋଦର ଭୋଇ (ଗ୍ରୀନ୍‌ଡୋଲା), କେଶବ ସାହୁ (ନୂଆଗଡ), ସୋମ ସାଥୁଆ (ନୂଆଗଡ), ସୁନିଲ ଭରଦ୍ୱାଜ (ତୁମୁଲା), ଶ୍ୟାମ ସେଠ୍ (ଦାଳବ),  ଅନିଲ ରୋହିଦାସ (କରୁଣା ବାହାଲ୍), ଡାକ୍ତର ପ୍ରଧାନ (ବାହଲପାଲି) ଓ ମହେନ୍ଦ୍ର ରୋହିଦାସ୍ (କରୁଣାବାହଲ୍)। ଜୁଆ ଆଡ୍ଡାରୁ ଏକ ଲକ୍ଷ ନଅ ହଜାର ତିନି ଶହ ଅଶି ଟଙ୍କା, ଦୁଇଟି କାର, ୧୨ ଟି ମୋଟର ସାଇକେଲ ଓ ଗୋଟେ ଘୁଡ୍‌ଘୁଡୁ ପଟ୍ଟି ଜବତ କରି ଜୁଆଡ଼ିମାନଙ୍କୁ ପୋଲିସ ଗିରଫ କରିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS