BREAKING
Loading...
:

ସନାତନି ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ପ୍ରସାରିତ ସଂରକ୍ଷଣକୁ ବିରୋଧ

 ସନାତନି ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ପ୍ରସାରିତ ସଂରକ୍ଷଣକୁ ବିରୋଧ 



ବରଗଡ଼/ବରପାଲି:-


ରାଜ୍ୟ ସରକାରଙ୍କ ସମ୍ପ୍ରସାରିତ ସଂରକ୍ଷଣକୁ ବିରୋଧ କରି ବରପାଲି ସନାତନି ବ୍ରାହ୍ମଣ ସମାଜ ପକ୍ଷରୁ ଏକ ରେଲି କରାଯାଇଥିଲା।   ସ୍ଥାନୀୟ ଗଙ୍ଗାଧର କ୍ଲବ ପରିସରରୁ ବ୍ରାହ୍ମଣ ସମାଜର ଶତାଧିକ ପୁରୁଷ ଓ ମହିଳା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ନୂତନ ସମ୍ପ୍ରସାରିତ ସଂରକ୍ଷଣ ବ୍ୟବସ୍ଥା ରେ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ସଂରକ୍ଷଣ ୧୨% ରୁ ୨୨.୫୦% କୁ ଓ ଅନୁସୂଚିତ ଜାତି ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରିବା ସହ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ରଖାଯିବାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯିବା ସହ ଏହା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ମନୋବଳକୁ ଭାଙ୍ଗିବାର ପ୍ରୟାସ ବୋଲି ପ୍ରତିବାଦ ପତ୍ର ରେ ଦର୍ଶାଯାଇଛି। ଏହି ରେଲୀରେ ବ୍ଲକ୍ ସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତା, ସମ୍ପାଦକ ଅରୁଣ କୁମାର ପଣ୍ଡା, ପିନାକୀ ଦାଶ, ନରେନ୍ଦ୍ର କୁମାର ହୋତା, ସୁନୀତା ମୁଣ୍ଡଙ୍କ ସମେତ ବହୁ କର୍ମକର୍ତ୍ତା ଓ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS