BREAKING
Loading...
:

ସରକାରଙ୍କ ଭୁଲ୍ ପାଇଁ କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ଅନ୍ଧାରରେ, ୧୦ ଦିନ ହେଲା ଅଙ୍ଗୱାଡି କେନ୍ଦ୍ରରେ ତାଲା ପଡିଛି l

 ସରକାରଙ୍କ ଭୁଲ୍ ପାଇଁ କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ଅନ୍ଧାରରେ, ୧୦ ଦିନ ହେଲା ଅଙ୍ଗୱାଡି କେନ୍ଦ୍ରରେ ତାଲା ପଡିଛି l



ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ ବୁତିଙ୍ଗ୍ ପଞ୍ଚାୟତ ଅନ୍ତର୍ଗତ ପଡବାସିଂ ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କର ଏକଛତ୍ର ବାଦ ଓ ହାତ ବାରିସୀରେ ଚାଲିଛି l ପ୍ରଶାସନ ଜାଣିଶୁଣି ନିରୀହ ଗରିବ ପରିବାରର ଝିଅ ଲଷ୍ମୀ ପାତିକାଙ୍କୁ ଦୁଃଖ ଦେଉଥିବା ଶୁଣିବାକୁ ମିଳିଛି l ୩ରୁ୪ମାସ କାର୍ଯ୍ୟ କରିଥିବା ଲଷ୍ମୀ ପାତିକାଙ୍କୁ ପୁନର୍ବାର  ନିଯୁକ୍ତି ପାଇଁ ଲେଖା ମାଧ୍ୟମରେ ସରକାରଙ୍କୁ ଗ୍ରାମବାସିନ୍ଦା ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଗ୍ରାମବାସିଙ୍କ ଗୁହାରି ବେଖାତିରି କରି ଲଷ୍ମୀ କାଡ୍ରlକାଙ୍କୁ ନିଯୁକ୍ତି ଦେଇଛନ୍ତି l ବଡିଓ, ସିଡିପିଓ, ସୁପର ଭାଇଜର ଲଷ୍ମୀ ପାତିକାଙ୍କ ସାର୍ଟଫିକେର୍ଟ ତଦନ୍ତକରି ନିଯୁକ୍ତି କରିଥିଲେ କିନ୍ତୁ ଲଷ୍ମୀ ପାତିକା ୩ରୁ୪ମାସ କାର୍ଯ୍ୟ କଲାପରେ ତାଙ୍କୁ ବାହାର କରାଗଲା ଏବଂ ପୋଡବାସିଂ ଠାରୁ ଲଷ୍ମୀ ପାତିକାଙ୍କ ଘର ୧କିଲୋମିଟର ଦୂରତା ହୋଇଥିବାରୁ ଗ୍ରାମବାସୀ ତାଙ୍କୁ ହିଁ ନିଯୁକ୍ତି ଦିଆଯାଉ ବୋଲି ପ୍ରଶାସନଙ୍କୁ ଗୁହାରି କରିଛନ୍ତି l ଲଷ୍ମୀ କାଡ୍ରାକା ଜୈନ୍ ହୋଇ ୧୦ଦିନ ହେଉଥିଲେ ମଧ୍ୟ୍ୟ ସେ ଅଙ୍ଗନୱାଡି କେନ୍ଦ୍ରକୁ ଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଲଷ୍ମୀ କାଡ୍ରାକା ନୀଳାମଗୁଡା ବିବାହ କରିଛନ୍ତି ନୀଳାମଗୁଡା ଠାରୁ ପୋଡବାସିଂ ୧୦କିଲୋମିଟର ଦୂରତା ଜାନବାହାନ ଯିବା ଆସିବା ସୁବିଧାନଥିବାରୁ ସେ ଅଙ୍ଗନୱାଡି କେନ୍ଦ୍ର କୁ  ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏବଂ ଲଷ୍ମୀ ପାତିକାଙ୍କୁ ନିଯୁକ୍ତି ନୋ କଲେ ଅଙ୍ଗନୱାଡି କେନ୍ଦ୍ର ତାଲା ଖଲିବୁନାହିଁ ବୋଲି ଗ୍ରାମବାସୀ ସରକାରଙ୍କୁ ଚେତାବନି ଦେଇଛନ୍ତି l ସରକାରଙ୍କ ଏଭଳି ମନମୁଖି କାର୍ଯ୍ୟ ପାଇଁ କୁନି କୁନି ଛାତ୍ର ଛାତ୍ରୀଙ୍କ ଜୀବନ ଅନ୍ଧାର ଆଡକୁ ଗତି କରୁଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS