BREAKING
Loading...
:

ସାଧୁଚରଣ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.

 ସାଧୁଚରଣ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.



ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରୁଛନ୍ତି ଓ କାର୍ଯ୍ୟକାରୀ କରୁଛନ୍ତି. କିନ୍ତୁ ତଳସ୍ତରରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀ ପାଖରେ ଯୋଜନା ପହଂଚି ପାରୁନାହଁ.ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଶିମିଳିପୁର ଗ୍ରାମପଂଚାୟତ ମକୁନ୍ଦପୁର ଗାଁ ସାଧୁଚରଣ ଙ୍କ ନିକଟରେ. ସାଧୁଚରଣ ଭଙ୍ଗା ଆଜବେଷ୍ଟ ଘରେ ଅତି ଦୟନୀୟ ଅବସ୍ଥାରେ   ବସ ବାସ କରୁଛନ୍ତି. ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ. ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ ଓ ବୃଦ୍ଧ ବାପା ଅନାଗ୍ରସର ହୋଇଥିବାରୁ କିଛି କମଧନ୍ଦା କରନ୍ତି ନାହିଁ. ସେ ମଧ୍ୟ ପୁଅ ଉପରେ ନିର୍ଭର କରନ୍ତି. ସାଧୁଚରଣ ଙ୍କ ର ରୋଜଗାର କହିଲେ ରାସ୍ତା କଡରେ ଗୋଟେ ଛୋଟିଆ ଚା ଦୋକାନ. ପ୍ରତେକ ଦିନ ରାତି 4ଟା ରୁ ଆସି ଦୋକାନ ଖୋଲି ଚା ପାନ ବିକି ନିଜର ପରିବାର ପ୍ରତିପୋଷଣ କରନ୍ତି. ସ୍ଥାନୀୟ ଜନପ୍ରତିନିଧି ଙ୍କୁ ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମୁଳୁନାହିଁ.ବହୁ ବାର ବ୍ଲକ ଅଫିସ କୁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି.ଭିର୍ନକ୍ଷମ ଭତା 3500ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ୍ୟ 1200 ଟଙ୍କା ଭତା ପାଉଛନ୍ତି. ଜନସାଧାରଣ ଭାବୁଥିଲେ ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ଙ୍କ ଅସୁବିଧା ଦୂର ହେବ କିନ୍ତୁ ବଢ଼ିବାରେ ଲାଗିଛି.ତେଣୁ ସାଧୁଚରଣ ସରକାର ଙ୍କୁ ଘର ଖଣ୍ଡେ ଓ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି.  ଦେଖିବାକୁ ବାକି ରହିଲା ସାଧୁଚରଣ ଙ୍କ  ଦୁଃଖ କେବେ ପ୍ରଶାସନ ବୁଝୁଛି.

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS