BREAKING
Loading...
:

ରଘୁନାଥ ଜୀଉ ମନ୍ଦିର ପରିସରରେ ଆଖଡା ପୂଜା ଆରମ୍ଭ

ରଘୁନାଥ ଜୀଉ ମନ୍ଦିର ପରିସରରେ  ଆଖଡା ପୂଜା ଆରମ୍ଭ

ଗଣିଆ (ମଣିଭଦ୍ରା ଖବର) ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଚଳିତ ବର୍ଷ ରାମଲୀଳା ଯାତ୍ରା ପାଇଁ ଆଖଡା ପୂଜା ଆରମ୍ଭ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସର ୨୭ ତାରିଖରେ ରାମନବମୀ ପଡୁଥିବାରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୭ରେ ରାମନବମୀ ଉତ୍ସବ ଆରମ୍ଭ ହେବା ସହିତ ଅପ୍ରେଲ ୨୧ ତାରିଖରେ ମୁଖ୍ୟ ଉତ୍ସବ ରାବଣ ବଧ ବା ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହେବ ବୋଲି ଆପାତତଃ ସ୍ଥିର ହୋଇଛି । ରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ରାମଳୀଳାରେ ଅଂଶ ଗ୍ରହଣ କରୁଥିବା ସମସ୍ତ କଳାକାରଙ୍କ ଉପସ୍ଥିତିରେ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ଠାରେ ପୂଜାର୍ଚ୍ଚନା ହୋଇଥିଲା । ପୁରାଣ ପାଠକ ସାନୁଜରାମ ମିଶ୍ର ପୁରାଣ ଅନୁକୂଳ କରିଥିଲେ । ଶ୍ରୀରାମ ବନ୍ଦନା ସହିତ ରାମଜନ୍ମ ନାଟକ ଆଖଡା ଆରମ୍ଭ ହୋଇଥିଲା ।  ପରିଚାଳନା କମିଟିର ସମ୍ପାଦକ ଉଦ୍ୟନାଥ ସାହୁ, ସୁଶାନ୍ତ କୁମାର ବେହେରା,ଆନନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS