ଟି-ଟ୍ବେଣ୍ଟି ବିଶ୍ଵକପରେ ୟୁଏସଏକୁ ହରାଇ ଭାରତର ବିଜୟ ଅଭିଯାନ ଜାରି
ବ୍ୟୁରୋ (ମଣିଭଦ୍ରା ଖବର) ଆଇସିସି ପୁରୁଷ ଟି-ଟ୍ବେଣ୍ଟି ବିଶ୍ଵକପରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ବକପର ଉଦଘାଟନୀ ଦିବସର ତୃତୀୟ ମ୍ୟାଚରେ ମୁମ୍ଵାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୮୪ ରନ୍ ସଂଗ୍ରହ କରିଥିବା ବେଳେ ୬ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଜବାବରେ ୟୁଏସଏ ୨୦ ଓଭରରେ ୧୩୨ ରନ୍ କରି ମ୍ୟାଚ ହାରି ଯାଇଥିଲା । ଫଳରେ ଭାରତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ବୋଲି°ରେ ମହମ୍ମଦ ସିରାଜ ୩ଟି, ଅକ୍ଷର ପଟେଲ ୨ଟି,ଅର୍ଶଦୀପ ସିଂହ ୨ଟି ଉଇକେଟ ହାସଲ କରିଥିଲେ । ବିଶ୍ବକପର ଅନ୍ୟ ଦୁଇଟି ମ୍ୟାଚରେ ସ୍କଟଲାଣ୍ଡକୁ ୩୫ ରନରେ ହରାଇ ଓ୍ବେଷ୍ଟଇଣ୍ଡିଜ ବିଜୟ ଲାଭ କରିଥିବା ବେଳେ ନେଦରଲାଣ୍ଡକୁ ୩ ଓ୍ବିକେଟରେ ହରାଇ ପାକିସ୍ଥାନ ବିଜୟ ଲାଭ କରିଥିବା ଜଣାପଡିଛି ।
ମଣିଭଦ୍ରା ଖବର



إرسال تعليق