କୁଷ୍ଠ ରୋଗରେ ଆକ୍ରାନ୍ତ ଯୁବକ ଙ୍କୁ ଦୁର୍ବ୍ୟବହାର ନେଇ ଡ଼ାକ୍ତରଖାନାରେ ତିବ୍ର ଉତ୍ତେଜନା।
ବଲାଙ୍ଗୀର/ଟିଟିଲାଗଡ,ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ରେ ମନୁ ସାହୁ ନାମକ ଜଣେ ଯୁବକ ଙ୍କୁ କୁଷ୍ଠ ରୋଗରେ ଆକ୍ରାନ୍ତ ଥିବା କହି ବିନା ଚିକିତ୍ସା ରେ ଫେରାଇ ଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପ୍ରକାଶ ଯେ,ଲେପର୍ଶି ବା କୁଷ୍ଠ ରୋଗରେ ପୀଡିତ ସ୍ଥାନୀୟ ସର୍ଗିଗୁଡ଼ା ର ଜଣେ ଯୁବକ ତାଙ୍କ ମାଆ ଙ୍କ ସହ ସ୍ଥାନୀୟ ଡାକ୍ତରଖାନାରେ ଯାଇ ଡାକ୍ତର ଙ୍କୁ ଦେଖାଇ କ୍ଷତ ଥିବା ଗୋଡ ଡ୍ରେସିଂ ବା ସଫା ପାଇଁ ଅନୁରୋଧ କରି ଥିଲେ । ହେଲେ ଏହି ରୋଗା କ୍ରାନ୍ତ ଙ୍କ ଚିକିତ୍ସା ବ୍ୟବସ୍ଥା ବଲାଙ୍ଗୀର ରେ ହୋଇ ପାରିବ କହି ଫେରାଇ ଦେଇଥିଲେ । ଏ ନେଇ ପରିବାର ଲୋକ ଓ ଅନେକ ଯୁବକ ଡ଼ାକ୍ତରଖାନା ରେ ପହଞ୍ଚି ଥିବା ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର କିଛି ଔଷଧ ଲେଖିବା ସହ ଇଞ୍ଜେକ୍ସନ ଦେଇ ଥିବା ବେଳେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ଡାକ୍ତର ଓ କର୍ମଚାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment