BREAKING
Loading...
:

ଗଣିଆର ଶେଷଦେବ ସ୍ବାଇଁଙ୍କୁ ମିଳିଲା ଓଡିଶା ପ୍ରତିଭା ସମ୍ମାନ

ଗଣିଆର ଶେଷଦେବ ସ୍ବାଇଁଙ୍କୁ ମିଳିଲା ଓଡିଶା ପ୍ରତିଭା ସମ୍ମାନ



 ଭୂବନେଶ୍ବର (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକର ବିଶିଷ୍ଟ ସାମାଜିକ କର୍ମୀ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କୁ  ଓଡ଼ିଶା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି । ସମାଜ ସେବା କ୍ଷେତ୍ରରେ ଜିଲ୍ଲାର ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ସହାୟତାର ହାତ ବଢାଉଥିବା ମହାନ କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ଆର୍ଥିକ ବର୍ଷରେ ପ୍ରତିଭା ସମ୍ମାନ ଓଡ଼ିଶା ତରଫରୁ ସେବା ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ଡ଼ଃ ଅଶୋକ ମହାପାତ୍ର ଓ ପୂର୍ବତନ କୂଳପତି ପ୍ରଫେସର ଡଃ କୁମର୍ ବର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ । ଏହି ସଫଳତା ପାଇବା ପରେ ଶ୍ରୀ ସ୍ବାଇଁଙ୍କୁ ଗଣିଆର ବୁଦ୍ଧିଜୀବୀଙ୍କ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS