BREAKING
Loading...
:

ଶ୍ରୀଅରବିନ୍ଦଙ୍କ ଦେହା°ଶ ପ୍ରତିଷ୍ଠାର ୪ର୍ଥ ବାର୍ଷିକ ଉତ୍ସବ

 ଶ୍ରୀଅରବିନ୍ଦଙ୍କ ଦେହା°ଶ ପ୍ରତିଷ୍ଠାର ୪ର୍ଥ ବାର୍ଷିକ ଉତ୍ସବ 



ଗଣିଆ ୨/୦୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ଠାରେ ଥିବା ଶ୍ରୀଅରବିନ୍ଦଙ୍କ ସମାଧି ମନ୍ଦିର ପରିସରରେ ଶ୍ରୀଅରବିନ୍ଦଙ୍କ ଦେହା°ଶ ପ୍ରତିଷ୍ଠାର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ୩୦ ମିନିଟ ସମୟରେ ମାତୃ ପତାକା ଉତ୍ତୋଳନ, ମାର୍ଚ୍ଚ ଫାଷ୍ଟ,ସମବେତ ଧ୍ୟାନ, ଦୁର୍ଗା ସ୍ତୋତ୍ର ପଠନ, ପ୍ରାର୍ଥନା ଗାନ କରାଯାଇଥିଲା । ସାଧକ ଅନାଦି ଚରଣ ସ୍ବାଇଁ ଶ୍ରୀଅରବିନ୍ଦଙ୍କ ଶ୍ରୀତନୁ ସ୍ମାରକୀ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାତୃପ୍ରେମୀ ସୁବାଷ ଚନ୍ଦ୍ର କର,ଉଷା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମିଶ୍ର,ଆନନ୍ଦ ଚନ୍ଦ୍ର ବେହେରା, ରତ୍ନାକର ମହାପାତ୍ର,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ, ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଆସନ୍ତା ୪ ତାରିଖରେ ଏହି ଶିବିର ଉଦଯାପନ ହେବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଆସନ, ପ୍ରାଣାୟାମ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହେବ ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS