ଜଳିଗଲା କାର୍ ସୋ ରୁମ୍।
ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଦର ନୁଆ ବସ୍ ଷ୍ଟାଣ୍ଡ ନିକଟରେ ଥିବା ହୁଣ୍ଡାଇ କାର୍ ସୋ ରୁମ୍ ଅଗ୍ନି ସଂସ୍ପର୍ଶରେ ଆସି ଜଳି ଯାଇଛି। ଯାହା ଫଳରେ ଭିତରେ ଥିବା କିଛି କାର୍ ଓ ସ୍ପେର୍ ପାର୍ଟ୍ସ ଓ ବହୁ ଦାମିକା ଆସବାବପତ୍ର ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବିଭାଗ ର ପ୍ରାୟ ୧୦ ଟି ଗାଡ଼ି ଓ ବିଭିନ୍ନ ନିଆଁ ଲିଭେଇବା ଯନ୍ତ୍ର ପହଞ୍ଚି ନିଆଁ ଲିଭେଇବା ପାଇଁ ଚେଷ୍ଟା ଚାଲିଛି। ବହୁ ସମୟ ଧରି ନିଆଁ ଲାଗିଥିବା ବେଳେ ନିଆଁ ଆୟତ ହୋଇ ପାରିନାହିଁ। କେଉଁ କାରଣରୁ ନିଆଁ ଲାଗିଛି ଜଣା ପଡ଼ିନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment